om academy

ଗାଁ ରାସ୍ତା ନିର୍ମାଣ ହେବ କେବେ ?

jsm

ତୁରେକେଲା, (କୈଳାଶ ସଗ୍ରିଆ) : ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବସ୍ତି ଛକରୁ ଘୁନେଶ ଯାଇଥିବା ପିଡବ୍ଲୁଡି ରାସ୍ତା ଓ ବସ୍ତି ଛକରୁ ନାଗଫେନା ଯିବା ରାସ୍ତା ଏବଂ ବସ୍ତି ଛକରୁ ଗୁର୍ଲାଉଢା ଯିବାକୁ ଥିବା ରାସ୍ତା ଅତି କଦର୍ଯ୍ୟ ଓ ଶୋଚନୀୟ ହୋଇ ପଡିଥିବା ଅଭିଯୋଗ ହେଉଛି । ଅନେକ ଥର ସରପଞ୍ଚଙ୍କୁ ଜଣାଇଥିଲେ ସୁଦ୍ଧା ଏ ଯାଏଁ ଆମ ଗାଁର ରାସ୍ତା ନିର୍ମାଣ ହେଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଭଳି ଅନେକ ସରପଞ୍ଚ ହେବା ପରେ ମଧ୍ୟ ଆମ ଗାଁର ବିକାଶ ହୋଇପାରିନାହିଁ ବୋଲି ଗ୍ରାମର ସମସ୍ତ ଏସ୍‌ଏଚ୍‌ଜି ମହିଳାମାନେ କହିଥାନ୍ତି । ଗ୍ରାମବାସୀ କହିଥାନ୍ତି ଯେ, ଆମ ଗାଁର ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଗଲେ କୌଣସି ପ୍ରକାର ଚାରିଚକିଆ ଯାନ ଯା’ ଆସ କରିପାରେ ନାହିଁ, ବର୍ଷାଦିନେ ସମ୍ପୂର୍ଣ୍ଣ ଭାବେ କାଦୁଅରେ ଯିବା ଆସିବା ସଙ୍କଟାପନ୍ନ ହୋଇ ପଡୁଛି । ବ୍ଲକ୍ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଗୋଚର କରି ସମସ୍ୟାର ତୁରନ୍ତ ସମାଧାନ କରାଯାଉ ବୋଲି ଏସ୍‌ଏଚ୍‌ଜିର ମହିଳା ବୃନ୍ଦ ଓ ଗାଁର ଭଦ୍ର ବ୍ୟକ୍ତିମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.