ଛତ୍ରପୁର ବ୍ଳକର ନୂତନ ରାସ୍ତାର ଉନ୍ନତିକରଣ ନିମନ୍ତେ ୭ କୋଟି ଟଙ୍କା ମଞ୍ଜୁର ହୋଇଥିବା ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଆନୁକୁଲ୍ୟରେ ଛତ୍ରପୁର ବ୍ଲକର ଜଗତପଲ୍ଲୀ ଛକଠାରୁ ବଡ ମାଧପୁର ରାସ୍ତାର ଉନ୍ନତିକରଣ ନିମନ୍ତେ ଶୁକ୍ରବାର ବଉଳଗାଁ ଚାରିଛକଠାରେ ଏହି ମେଗା ପ୍ରକଳ୍ପ ନିମନ୍ତେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ କରକମଳରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡୀ, ଉପାଧ୍ୟକ୍ଷା ଅମିତା ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ପୂର୍ବତନ ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ଯୁବ ବିଜେଡିର ଛତ୍ରପୁର ଏନ୍‌ଏସି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ପୂର୍ବତନ ସାଂସଦ ପ୍ରତିନିଧି ଜଟିଆ ନାହାକ ଓ ବିଶ୍ୱନାଥ ସୁବୁଦ୍ଧିଙ୍କ ସମେତ ଛତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ଏବଂ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ । ଏତଦ୍‌ ବ୍ୟତୀତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସମ୍ବିତ ଜେନା ଓ କନିଷ୍ଠ ଯନ୍ତ୍ରୀ ସଚ୍ଚିକାନ୍ତ ଦାସ ମଧ୍ୟ ଉପସ୍ଥିତ ଥିଲେ । ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଶେଷ ହେଲେ ୫ଟି ଗ୍ରାମପଞ୍ଚାୟତ ସହ ଆଖପାଖ ଗଞ୍ଜାମ ଓ ପୁରୁଷୋତ୍ତମପୁର ବ୍ଲକର ଜନସାଧାରଣମାନେ ଉପକୃତ ହେବେ । ଏହି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ୭ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡୀ କହିଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର କାଳିଆବାଲି ଛକଠାରୁ ବଡ ମାଧପୁର ପର୍ଯ୍ୟନ୍ତ ୧୨ କି.ମି ବିଷିଷ୍ଟ ଏହି ରାସ୍ତାର କାଳିଆବାଲି ପଟୁ ଜଗତପଲ୍ଲୀ ପର୍ଯ୍ୟନ୍ତ ୩ କି.ମି ରାସ୍ତା ବିଭିନ୍ନ ଯୋଜନା ଦ୍ୱାରା ନିର୍ମିତ ହେଉଅଛି । ଜଗତପଲ୍ଲୀଠାରୁ ବଡ ମାଧପୁର ପର୍ଯ୍ୟନ୍ତ ବଳକା ୯ କି.ମି ରାସ୍ତା ନିମନ୍ତେ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିବା ଜଣାଯାଏ ।

Leave A Reply

Your email address will not be published.