om academy

ଗରିବ ଅସହାୟଙ୍କୁ ସୁକନ୍ୟା ଶକ୍ତି ସଂଗଠନ ଚାରିଟେବୁଲ ଟ୍ରଷ୍ଟ ତରଫରୁ ରାସନ ସାମଗ୍ରୀ ପ୍ରଦାନ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କୋରୋନାର ଦ୍ୱିତୀୟ ଲହର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏନେଇ ରାଜ୍ୟ ସରକାର ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଅନ୍ୟ ପଟେ ଦେଖିବାକୁ ଗଲେ ଗରିବ ଅସହାୟମାନଙ୍କ ରୋଜଗାର ପୁରା ଠପ ହୋଇଯାଇଛି । ଏନେଇ ପଦ୍ମପୁର ବ୍ଲକର ସୁକନ୍ୟା ଶକ୍ତି ସଂଗଠନ ତରଫରୁ ଫଳସାପାଲି ଗାଁର କୋଶଲ୍ୟ ବରିହା ଓ ଜ୍ଞାନ ଗ୍ରାମର ଆଲାଦିନି ସାହୁଙ୍କୁ ଗୋଟିଏ ମାସର ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ସୁପର ଭାଇଜର ପୀତବାସ ସାହୁ, ପଞ୍ଚାୟତ କୋଡ଼ିନେଟର ପୁଷ୍ପାଞ୍ଜଳୀ ଦୀପ, ସଙ୍ଗୀତା ବାରିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.