କରେନା ପାଇଁ ରାଜ୍ୟରେ ରଙ୍ଗ ଖେଳ ମନା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଚଳିତ ବର୍ଷ ୨୯ ତାରିଖରେ ରଙ୍ଗର ପର୍ବ ପାଳନ ହେବାକୁ ଥିବା ବେଳେ ବ‌ର୍ତ୍ତମାନ କରେନା ମହାମାରୀ ଦ୍ୱିତୀୟ ଲହର ନେଇ ପୁଣି ତାର କାୟା ବି‌ସ୍ତାର କରିବାକୁ ଲାଗିଲାଣି । ତେବେ ତାକୁ ଆଖି ଆଗରେ ରଖି ରାଜ୍ୟ ସରକାର ରାଜ୍ୟରେ ହୋଲି ଖେଳ ଉପରେ କଟକଣା ଲଗାଇଛ‌ନ୍ତି । ଏନେଇ ଏସଆରସି ତରଫରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଜାରି ହୋଇଥିବା ବି‌ଜ୍ଞ‌ପ୍ତିରେ କୁହାଯାଇଛି ଯେ, କରେନାର ପ୍ରକୋପ ଧୀରେ ଧୀରେ ପୁଣି ବଢିବାକୁ ଲାଗିଲାଣି । ତେବେ ହୋଲି ପାଳନ ହେଲେ ବହୁତ ଲୋକ ଏକା ସଙ୍ଗେ ହୋଲି ପାଳନ କରିବାର ଆଶଙ୍କା ରହିଛି । ଯଦ୍ୱାରା ଅଧିକରୁ ଅଧିକ ଲୋକ ସକ୍ରଂମଣ ହେବେ । ସେଥିପାଇଁ ସଂକ୍ରମଣ ଯେମତିି ନହେବ, ତାକୁ ଆଖି ଆଗରେ ରଖି ହୋଲିକୁ ଚଳିତ ବର୍ଷ କେବଳ ଘର ଭିତରେ ପାଳନ କରିବାକୁ ରାଜ୍ୟ ସରକାର ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି ।

Leave A Reply

Your email address will not be published.