
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ମନ୍ଦିର ନିକଟରେ ଥିବା କୁଳତା ଜାତିର ମନ୍ଦିର ରଣେଶ୍ୱର ରାମଚଣ୍ଡୀ ମନ୍ଦିର ଅବସ୍ଥିତ । ଏଠାରେ ଗୋଟିଏ ନୂତନ ରଣେଶ୍ୱର ବାବାଙ୍କ ମନ୍ଦିର ନିର୍ମାଣ ପାଇଁ ରବିବାର ଦିବା ୧୦ ଘଣ୍ଟାସମୟରେ ଶିଳାନ୍ୟାସ କରାଯାଇଛି । ଏନେଇ ଅନୁଷ୍ଠିତ ପୂଜାରେ କର୍ତ୍ତା ଭାବରେ ବିମଲ ସାହୁ ତାଙ୍କ ଧର୍ମପତ୍ନୀ ଯୋଗେଶ୍ୱରୀ ସାହୁ ଦାଇତ୍ୱ ତୁଲାଇ ଥିବାବେଳେ ଶିଶିର ମିଶ୍ର ଓ ମନ୍ଦିର ପୂଜକ ଉଦ୍ଧବ ପ୍ରଧାନ ପୁଜା ପାଠ ସହ ହୋମ କରିଥିଲେ । ଛତିଶଗଡ ଓ ଓଡ଼ିଶାରୁ ଆସିଥିବା ୨୦ଟି ଜିଲ୍ଲାର ଜିଲ୍ଲା ସଭାପତି ମହାସଭା ସଂଯୋଜକ କମିଟି ସଭ୍ୟ ତଥା ଜାତିର ମୁଖିଆମାନେ ଶିଳାନ୍ୟାସରେ ଭାଗ ନେଇଥିଲେ । ଏନେଇ ଅନୁଷ୍ଠିତ ସଭାରେ ଯୁବ ସଂଗଠନର ସମ୍ପାଦକ ଭୁବନେଶ୍ୱର ସା, ସଭାର ଉଦେଶ୍ୟ ଜ୍ଞାପନ କରିଥିବାବେଳେ ସଭାପତିତ୍ୱ , କରିଥିଲେ ପଦ୍ମପୁର କାର୍ଯ୍ୟକାରିଣୀ ସଭାପତି ଯୋଗେନ୍ଦ୍ର ଭୋଇ, ମୂଖ୍ୟ ଅତିଥି ରଥୁଲାଲ ଗୁପ୍ତା ଛତିଶଗଡ, ମହାସଭା ସଂଯୋଜକ ମୂଖ୍ୟ ବକ୍ତାଗୋପାଳ ଚନ୍ଦ୍ର ପ୍ରଧାନ, ଓଡ଼ିଶା ମହାସଭା ସଂଯୋଜକ ସମ୍ମାନିତ ଅତିଥି ଭାବରେ ଗିରିଧାରୀ ସାହୁ ଛତିଶଗଡ ରାଜ୍ୟ ସଭାପତି, ଭୈରବ ସାହୁ ନୂଆପଡ଼ା ଜିଲ୍ଲା ସଭାପତି, ଦିବାକର ପ୍ରଧାନ ଲାଦେରପାଲି ଚଣ୍ଡୀ ମନ୍ଦିର ସଭାପତି, ଗଜପତି ବାରିକ, ସୁନ୍ଦରଗଡ଼, ସୁରେଶ ଚନ୍ଦ୍ର ପ୍ରଧାନ, ଓଡ଼ିଶା ରାଜ୍ୟ କୁଲତା ସମାଜ ସଂଯୋଜକ, ଡ଼ା ଅଦ୍ୱିତୀୟ କେଶରୀ ବାରିକ ସଭାପତି ଯୁବ ସଂଗଠନ ମୁକ୍ତିପିଠ, ନୃସିଂହନାଥ, ଡ଼ା ସୁଦୀପ୍ତ ସାହୁ ପ୍ରମୁଖ ଅତିଥିମାନେ ଯୋଗଦେଇ, ନୂତନ ରଣେଶ୍ୱର ବାବାଙ୍କ ମନ୍ଦିର କିପରି ଭାବରେ ନିର୍ମାଣ ହେବ, ସାମାଜିକ ଚାଲିଚଳନରେ ଦେଖାଯାଉଥିବା ବିଶୃଙ୍ଖଳା ବିଷୟରେରେ ଆଲୋଚନା, ଜାତିର ଉନ୍ନତି ପାଇ ଆଲୋଚନା, କୁଳତ। ଜାତିର ଆଗାମୀ ମହାସଭା ବିଷୟରେ ବିସ୍ତିର୍ଣ୍ଣ ଭାବରେ ଆଲୋଚନା ହୋଇଥିଲା । ଶେଷରେ ମହୁଲପାଲି କେନ୍ଦ୍ରର ସଂଯୋଜକ ଲିଙ୍ଗରାଜ ପ୍ରଧାନସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।