ରନ୍ଧନଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ବ୍ଲକ ସମ୍ମୁଖରେ ବିକ୍ଷୋଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କେନ୍ଦ୍ର ସରକାରଙ୍କ ଦୈନଦିନ ବ୍ୟବହୃତ ରନ୍ଧନ ଗ୍ୟାସର ଅହେତୁକ ଦରଦାମ୍‌ ବୃଦ୍ଧି ବିରୋଧରେ ଡେଲାଙ୍ଗ ବିଜେଡି ପକ୍ଷରୁ ଜଗଦଲପୁର ମା ପାଦୁକେଇ ପୀଠରୁ ଏକ ଶୋଭାଯାତ୍ରା ବାହାରି ନାରାବାଜି ଦେଇ ଶତାଧିକ ମହିଳା ଓ ପୁରୁଷ କର୍ମୀ ହାତରେ ପ୍ଲାକାର୍ଡ ଧରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ପ୍ରତିବାଦ ସଭାରେ ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗୀ ଜେନା, ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଜେଡି ଅବଜର୍ଭ ପ୍ରମୋଦ ସାମଲ, ବ୍ଲକ ମହିଳା ବିଜେଡି ସଭାପତି ବାସନ୍ତି ସାହୁ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ଉପାଧ୍ୟକ୍ଷଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ, ପିପିଲି ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ, ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ଅଜୟ ରାଉତରାୟ ଓ ଛାତ୍ର ବିଜେଡି ସଭାପତି ସୁଦିପ୍ତ ନାୟକ ଓ ବିଜେଡି ଯୁବସଭାପତି ସୌମ୍ୟରଜଂନ ରାଉତ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଦରଦାମ୍‌ ବୃଦ୍ଧିକୁ ନିନ୍ଦା କରିବା ସହ ରନ୍ଧନ ଗ୍ୟାସ୍‌ ଅହେତୁକ ମୁଲ୍ୟ ବୃଦ୍ଧିକୁ କଡା ସମାଲୋଚନା କରିଥିଲେ । ଶେଷରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଡେଲାଙ୍ଗ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥଲା । ଏହି ଗଣଧାରଣା ଓ ବିକ୍ଷୋଭରେ ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳର ଶତାଧିକ କର୍ମୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.