centurian jitm

ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଉପରେ ବିଜେଡିର ରଣହୁଙ୍କାର

nschool

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ତଥା ଖାଉଟିମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ପ୍ରତିବାଦରେ ଗତକାଲି ବିଜୁ ମହିଳା ଜନତା ଦଳ ପକ୍ଷରୁ ଅତିବିରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା । ସ୍ଥାନୀୟ ବିଧାୟିକା ତଥା ବିଜୁ ଜନତା ଦଳ ମହିଳା ଶାଖାର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ କେନ୍ଦ୍ର ସରକାରଙ୍କ ମନମୁଖୀ ଦରବୃଦ୍ଧିକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ମାଗଣା ଗ୍ୟାସ ଦିଆଯାଉଛି ବୋଲି କହି କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି, ହେଲେ ଲୋକେ ଏବେ ଏକ ହଜାର ଟଙ୍କା ଲେଖାଏଁ ଗ୍ୟାସ ସିଲିଣ୍ଡର କିଣୁଛନ୍ତି । ଗରିବଙ୍କ ପାଇଁ ଏବେ ଚୁଲି ଜଳିବା କଷ୍ଟକର ହେଲାଣି ବୋଲି ବକ୍ତାମାନେ ବର୍ଷି ଥିଲେ । ଡିଜେଲ, ପେଟ୍ରୋଲ, ଖାଇବା ତେଲ ତଥା ଖାଉଟିର ଅତ୍ୟାବଶ୍ୟକ ସାମଗ୍ରୀ ଆଦିର ବୃଦ୍ଧି ଯୋଗୁଁ ଆଜିର ଦିନରେ ସାଧାରଣ ଲୋକଙ୍କଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଏମିତି ବୃଦ୍ଧି ହୋଇ ଚାଲିଥିଲେ ଗରିବ ଲୋକଙ୍କ ଘରେ ଆଉ ଚୁଲି ଜାଳିବା ବି ବନ୍ଦ ହୋଇଯିବ ବୋଲି କହିଥିଲେ । ଧାରଣା ସ୍ଥଳରେ ବରଗଡ଼ ଉପଜିଲ୍ଲାପାଳ ଶୁଭେନ୍ଦୁ ସାମଲ ଓ ଅତାବିରା ବ୍ଲକ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁଙ୍କୁ ଏକ ଦାବୀପତ୍ର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଏହି ଧାରଣାରେ ବିଜେଡି ରାଜ୍ୟ ମହିଳା ଉପ ସଭାନେତ୍ରୀ ସୁଜାତା ପଣ୍ଡା, ରାଜ୍ୟ ସମ୍ପାଦିକା କେ ସରସ୍ଵତୀ, ବ୍ଲକ ମହିଳା ସଭାପତି ଝରଣା କର୍ଣ୍ଣ, ଜିଲ୍ଲା ମହିଳା ସମ୍ପାଦିକା କବିତା ସାହୁ, ସାଧାରଣ ସମ୍ପାଦିକା ତିଳୋତ୍ତମା ମେହେର, ବ୍ଲକ ଅଧ୍ୟକ୍ଷା ରିତା ସାହୁ, ଏନ୍ ଏ ସି ଅଧ୍ୟକ୍ଷା ଦୀପାଞ୍ଜଳି ଭୋରାସାଗର, ଉପାଧ୍ୟକ୍ଷା ଜ୍ୟୋତିର୍ମୟୀ ଦାଶ, ସରପଞ୍ଚ ସୁବଳୟା ଭୁଏ, ଜ୍ୟୋତିର୍ମୟୀ ନାଏକ, ପି ଏସ୍‌ ଜୟନ୍ତୀ ମେହେର, ପ୍ରଣତି ପ୍ରଧାନ, ଯୁବ ସଭାପତି ସିଦ୍ଧାର୍ଥ ପଣ୍ଡା, ସମ୍ପାଦକ ଖିରୋଜ୍ ନାଏକ, କାର୍ତ୍ତିକ ବାରିକ୍, ବ୍ଲକ କାର୍ଯ୍ୟକାରୀ ସଭାପତି ରଘୁ ବାରିକ୍, ଏନ୍ଏସି ସଭାପତି ଟଙ୍କ ଦାସ, ସତ୍ୟ ମିଶ୍ର, ଦୁର୍ୟ୍ୟୋଧନ ଗଡତୀଆ, ବନମାଳୀ ବରିହା, ମନୋଜ ପ୍ରଧାନ, ଗଣେଶ ସାହୁ, ସୁଶାନ୍ତ ମିଶ୍ର, ବଳଦେବ ସ୍ୱାଇଁ, ଏମ୍ ମାଲେସୁ ସମେତ ଶତାଧିକ ମହିଳା ଓ ଯୁବକ ଏହି ଧାରଣାରେ ସାମିଲ ଥିଲେ ।

Leave A Reply

Your email address will not be published.