ରାମଲୀଳା ପାଇଁ କଳାକାରଙ୍କ ସମ୍ମିଳନୀ

  • ଯୁବ ପିଢିଙ୍କୁ ଅଭିନୟ ପାଇଁ ତାଲିମ ଦିଆଯିବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାମଜୀ ନାଟକ ସଂସଦ ରାମଲୀଳା ନାଟକ ପାଇଁ ସର୍ବ ପୁରାତନ ନାଟକ ୨୦୨୫ ପାଇଁ ବଲାଙ୍ଗିର ପଥରଚେପା ପଂଚବଟି ଠାରେ କଳାକାରଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଥିଲା । ନିଳାଗୁରୁ ବାଳମୁକୁନ୍ଦ ବେହେରାଙ୍କ ନିର୍ଦ୍ଦେଶରେ ୧୫୦ ବର୍ଷର ରାମଲୀଳା ଅଭିନୟ କରିବା ପାଇଁ ଯୁବପିଢି ତାଲିମ ଦିଆଯିବ ଓ ଅଭିନୟ, ନୃତ୍ୟ, ଗୀତ, ପୋଷାକ କିଭଳି ଆକର୍ଷିତ ହେବ ତାହା ଆଲୋଚନା ହୋଇଥିଲା । ଆଗକୁ ଆଖଡା ଶାଳରେ କଳାକାର ଚୟନ ହେବ ବୋଲି ଆଲୋଚନା ହୋଇଥିଲା । ଏହି ଅବସରରେ ଛଉ ନୃତ୍ୟରେ ରାମଲୀଳା ନାଟକ ଏବଂ ମୁଖାକୁ ନେଇ କିଭଳି ଜିବିତ ରହିବ ତାହା କଳାକାରମାନେ ଆଲୋଚନା କରିଥିଲେ । ଏଥିରେ ରାମଜୀ ନାଟକ ସଂସଦ କମିଟିର ସଦସ୍ୟ, ବଲାଙ୍ଗିରର କଳାକାର ଓ ବୁଦ୍ଧିଜୀବୀ ଏବଂ ରାମଜୀପଡା ଓ ଜଗନ୍ନାଥପଡାର କର୍ମକର୍ତ୍ତା ଉପସ୍ଥିତ ଥିଲେ । ସଭାପତି ବାସୁଦେବ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.