ତ୍ରିପୁର ସୁନ୍ଦରୀ ବେଶରେ ଦର୍ଶନ ଦେଲେ ମା’ ରାମଚଣ୍ଡୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଦ୍ୟାଶକ୍ତି ସିଂହବାହିନୀ ପରମ ବୈଷ୍ଣବୀ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ପୂଣ୍ୟତ୍ତୋୟା ଋଷିକୂଲ୍ୟା ତୀରର କୁଳୁ କୁଳୁ ତାନ୍‌ରେ ସୁଶୋଭିତ ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ଗ୍ରାମର ଧଡ଼ା ପାହାଡ଼ ଶୀର୍ଷରେ ବିଦ୍ୟମାନ କରିଥିବା ମା’ ରାମଚଣ୍ଡୀଙ୍କ ଲୀଳା ଅପୂର୍ବମୟ ଅଟେ । ନିକଟରେ ରାମଚଣ୍ଡୀ ମନ୍ଦିରରେ ବେଦ ବିଦ୍ୟାର୍ଥୀଙ୍କ ବେଦମନ୍ତ୍ର ସହ ୧୬ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ବର୍ଣ୍ଣାଢ଼୍ୟ ସମ୍ଭାରରେ ସମାହିତ ହୋଇଯାଇଛି । ତଥାପି ଏବେ ପାର୍ବଣ ଋତୁ ହେତୁ କେଉଁ ତିଥି, କେଉଁ ପୂଣ୍ୟ, ପର୍ବପର୍ବାଣୀ ଦିନରେ ମଧ୍ୟ ଦେବୀଙ୍କ ସ୍ଵତନ୍ତ୍ର ବେଶ ଧାରଣ ଓ ସ୍ଵତନ୍ତ୍ର ନିତିକାନ୍ତି ଲାଗି ହୁଏ । ଚତୃଦ୍ଦର୍ଶୀ ଏବଂ କୁମାର ପୂର୍ଣ୍ଣମୀ ତିଥି ଅବସରରେ ମା’ ଗଜ ଲକ୍ଷ୍ମୀ ବେଶ ଧାରଣ କରିବା ପୂର୍ବକ ଦେବୀ ମଙ୍ଗଳବାର ଦିନ ଭକ୍ତଙ୍କୁ ତ୍ରିପୁର ସୁନ୍ଦରୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶ୍ ଭକ୍ତଙ୍କୁ ଆକର୍ଷିତ କରିଛି । ଓଡ଼ିଶାର ପ୍ରତି କୋଣ ଅନୁକୋଣରୁ ଅଗଣିତ ଭକ୍ତଜନ ଏହି ବେଶ ଦେଖି ମୋକ୍ଷ ଲାଭ କରିଛନ୍ତି । ଆସନ୍ତା କାଲି ଦେବୀଙ୍କର ନୂଆ ବେଶ, ସ୍ଵତନ୍ତ୍ର ପୂଜା ବିଧାନ ଓ ନୀତିକାନ୍ତି ହେବାର ସୂଚନା ରହିଛି । ଏହି ତ୍ରିପୁର ସୁନ୍ଦରୀ ବେଶରେ ଦେବୀଙ୍କୁ ଦର୍ଶନ କଲେ ଭକ୍ତଙ୍କର ଅନେକ ତପର ପୂଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି । ସର୍ବୋପରି ଏହି ପ୍ରତିଷ୍ଠିତ ପୀଠର ମାହାତ୍ମ୍ୟ ଏକ ନିଆରା ପରମ୍ପରା ଅଟେ ।

Leave A Reply

Your email address will not be published.