ଶାରଦୀୟ ରାମଚଣ୍ଡୀ ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଯିବା ବାଟରେ ଥିବା ବିଶାସହେ କୁଳ କୁଳିତା ସମାଜର ଇଷ୍ଟଦେବୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ମଙ୍ଗଳବାର ଶାରଦୀୟ ରାମଚଣ୍ଡୀ ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ପ୍ରଥମେ ମା’ ଭଉଣୀଭାଇମାନେ ମିଳିମିଶି ଏକ ଶୋଭାଯାତ୍ରାରେ ବାହାରି ଘଣ୍ଟା, ଘଣ୍ଟ, ମୃଦଙ୍ଗ ବଜାଇ ନୃସିଂହନାଥ ପବିତ୍ର ଝରଣାରୁ ୧୦୮ କଳସରେ ପବିତ୍ର ପାଣି ଆଣି ରାମଚଣ୍ଡୀ ମନ୍ଦିର ପୂଜାପୀଠରେ ସ୍ଥାପନ କରିଥିଲେ । କର୍ତ୍ତା ଭାବରେ ମନୋଜ ବିଶ୍ୱାଳ ଓ ତାଙ୍କ ସହଧର୍ମିଣୀ ଟିକେଶ୍ୱରୀ ବିଶ୍ୱାଳ ଦାୟିତ୍ୱ ତୁଳାଇ ଥିବାବେଳେ ପୂଜା ପାଠ, ହୋମ, ଯଜ୍ଞ ମିତ୍ରଭାନୁ ଦେବତା ତୁଳାଇ ଥିଲେ । ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ପଦ୍ମପୁର କାର୍ଯ୍ୟ କାରିଣୀ ସମ୍ପାଦକ ପୂର୍ଣ୍ଣାନନ୍ଦ ଭୋଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଝାରବନ୍ଧ ବ୍ଲକ ସଭାପତି ବାସୁଦେବ ପ୍ରଧାନ, ପଦ୍ମପୁର ବ୍ଲକ ସଭାପତି ସନାତନ ଭୋଇ, ଦେଉଳି ସଭାପତି ସତ୍ୟକୁମାର ତୁରିଆ, ବୁରୋମୁଣ୍ଡା ସଭାପତି ଗୋବର୍ଦ୍ଧନ ଗଡତିଆ, ଝାରବନ୍ଧ ବ୍ଲକ ସମ୍ପାଦକ ଶ୍ୟାମ ସୁନ୍ଦର ବେହେରା, କୋତନା କେନ୍ଦ୍ର ସଭାପତି ତୁଳସୀରାମ ପ୍ରଧାନ, ଭଣ୍ଡାରପୁରୀ କେନ୍ଦ୍ର ସଭାପତି ହାରାଧନ ପ୍ରଧାନ, ସେହିପରି ତୁଲାରାମ ଭୋଇ, ଲକ୍ଷଣ ବେହେରା, ନିତ୍ୟାନନ୍ଦ ପ୍ରଧାନ, ସତ୍ୟାନନ୍ଦ ବଢ଼େଇ, ବିଭିନ୍ନ ଅଂଚଳର ସଭାପତିମାନଙ୍କ ସହ ମହାସଭା କମିଟି ସଭ୍ୟ ଟାଇଲ ଚନ୍ଦ୍ର ଭୋଇ ଓ ପାଇକମାଲ ବ୍ଲକ ସଭାପତି ବିନୋଦ ବିଶ୍ୱାଳଙ୍କୁ ଫୁଲ ଚନ୍ଦନ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କୌଣସି କାରଣ ବଶତଃ ସଭାକାର୍ଯ୍ୟ ସ୍ଥଗିତ ରଖାଯାଇଥିଲା ଓ ପଦ୍ମପୁର ଟଙ୍କିକିଆ ନାଟ୍ୟ ପରିଷଦ ଗୁରୁ ସୁରେନ୍ଦ୍ର ସାହୁଙ୍କ ନିର୍ଦ୍ଦେଶନାରେ ଗୀତ ନାଚ ପରିବେଷଣ ହୋଇଥିଲା । “ନୁନୀରୁ ଭୁଆଁସେନ” କ୍ଷୁଦ୍ର ନାଟିକା ପ୍ରଦର୍ଶନ କରାଯାଇଥିଲା । ଏହାକୁ ମହିଳାମାନେ ମନଭରି ଉପଭୋଗ କରିଥିଲେ ଓ ଶେଷ ପର୍ଯ୍ୟାୟରେ ଝିଅ ତାର ଶାଶୁ ଘରକୁ ଯାଉଥିବା ଦୃଶ୍ୟରେ ସମସ୍ତ ମା’ ଭଉଣୀ ମାନଙ୍କ ଆଖିରୁ ଲୁହ ଆପେ ଆପେ ଝରି ଆସୁଥିବା ଗୋଟିଏ କରୁଣ ଦୃଶ୍ୟ ଦେଖିବାକୁ ମିଳିଥିଲା । ଶେଷରେ ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ଲୋକେ ଆନନ୍ଦରେ ମାତା ରାମଚଣ୍ଡୀଙ୍କ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଇକମାଲ ଝାରବନ୍ଧ ପଦ୍ମପୁର, ଗାଇସିଲେଟ ଅଂଚଳରୁ ଆସିଥିବା ସ୍ୱେଚ୍ଛାସେବୀ କୁଳିତା ଜାତି ଭାଇମାନେ ସମସ୍ତ କାମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.