oom

କଣ୍ଟାବାଞ୍ଜି ସହରରେ ଜୋର୍‌ସୋର୍ ଭାବେ ଶ୍ରୀରାମ ନବମୀ ଉତ୍ସବ ପାଳିତ

jsmm

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ବିଭିନ୍ନ ଛକରେ ଶ୍ରୀରାମ ନବମୀ ଉତ୍ସବ ଜୋର୍‌ସୋରରେ ପାଳନ କରାଯାଇଛି । କଣ୍ଟାବାଞ୍ଜି ସହରର ଶ୍ରୀରାମ ମନ୍ଦିରଠାରୁ ନେଇ ବଙ୍ଗୋମୁଣ୍ଡା ଯିବା ରାସ୍ତା ଦେଇ ଆମପଡାଠାରୁ ଜେଏମ୍‌ଜେରୁ ଓଭର୍ ବ୍ରିଜ ଥାନା ଛକରୁ ପରିଭ୍ରମଣ କରି ବିଭିନ୍ନ ସ୍ଥାନରେ ଯଥା ଆଶ୍ରମପଡା, ସିଗ୍ନାଲପଡା, ଏନ୍‌ଏସି ଛକ, ଥାନା ଛକ, ପୁରୁଣା କୋର୍ଟ ଛକ, କଣ୍ଟାବାଞ୍ଜି ବିଧାୟକ କାର୍ଯ୍ୟାଳୟ ସମ୍ମୁଖରେ, ଇନ୍ଦିରା ଛକ, କଣ୍ଟାବାଞ୍ଜି ସହରର ପ୍ରତ୍ୟେକ ରାସ୍ତାରେ ଭିଡ ସହ ଚହଲ ମଚି ଯାଇଥିଲା । ଏହି ଅବସରରେ କଣ୍ଟାବାଞ୍ଜି ପୋଲିସ ପ୍ରଶାସନ, ମୁରିବାହାଲ ପୋଲିସ ପ୍ରଶାସନ, ତୁରେକେଲା ପୋଲିସ ପ୍ରଶାସନ ଜୋର୍‌ସୋର୍ ଭାବେ ତଦାରଖ ଜାରି ରଖିଥିଲେ । ଜାଗା ଜାଗାରେ ଘୁମୁରା ନାଚ, ଦୁଲ୍‌ଦୁଲି, ତଥା ଗଣ୍ଡା ବାଦ୍ୟ, ଡିଜେ ଓ ଶ୍ରୀରାମଚନ୍ଦ୍ର, ସୀତା, ଲକ୍ଷ୍ମଣ, ହନୁମାନଙ୍କ ବେଶ ଧାରଣ କରିଥିବା ଦୃଶ୍ୟ ମାନ ଦେଖିବାକୁ ମିଳିଥିଲା । ଏହି ଅବସରରେ ଶ୍ରୀରାମ ମନ୍ଦିରର କମିଟି ବୃନ୍ଦ କଣ୍ଟାବାଞ୍ଜି ସହରର ବିଭିନ୍ନ ସ୍ଥାନରେ ଖାଦ୍ୟ ପାନୀୟର ବ୍ୟବସ୍ଥା କରିଥିଲେ । ଆଗାମୀ ବର୍ଷରେ ମଧ୍ୟ ଜୋର୍‌ସୋର୍ ଭାବେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହେବ ବୋଲି ଜନସାଧାରଣଙ୍କ ଆଶା ଓ ଭରସା ରହିଛି ବୋଲି ମତ ପ୍ରକାଶ ପାଇଛି ।

jittmm
Leave A Reply

Your email address will not be published.