ଅଯୋଧ୍ୟାରେ ରାମ ମନ୍ଦିର ପତିଷ୍ଠା ଉପଲକ୍ଷେ ନିମନ୍ତ୍ରଣ ପତ୍ର ବଣ୍ଟନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଅଯୋଧ୍ୟାରେ ଚଳିତ ମାସ ୨୨ ତାରିଖରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପତିଷ୍ଠା ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପଞ୍ଚାୟତର ଏକ ସଂକୀର୍ତ୍ତନ ଦଳ ପ୍ରତ୍ୟେକ ଗ୍ରାମ ପରିକ୍ରମା କରିଥିଲେ । ପରେ ଜଗନ୍ନାଥ ମନ୍ଦିରରୁ ଏକ ସଂକୀର୍ତ୍ତନ ଦଳ କଳସ ଯାତ୍ରାରେ ବହୁ ସଂଖ୍ୟାରେ ହିନ୍ଦୁ ଓ ସନାତନ ପ୍ରେମୀ ଶ୍ରୀରାମଙ୍କ ଫୋଟୋ ଏବଂ ପିଲାମାନେ ରାମ, ଲକ୍ଷ୍ମଣ, ଓ ହନୁମାନ ବେଶରେ ଗ୍ରାମ ପରିକ୍ରମା କରି ମନ୍ଦିରକୁ ଫେରିଥିଲେ । ପ୍ରତ୍ୟେକ ଗ୍ରାମର କାର୍ଯ୍ୟକର୍ତ୍ତାଙ୍କୁ ଅକ୍ଷତ କଳସ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଥିଲା । ଜୟ ଶ୍ରୀରାମ ନାମରେ ଗାଁ ପ୍ରକମ୍ପିତ ହୋଇ ଉଠିଥିଲା । ରାମ ସସ୍କୃତିମୟ ଓ ଭକ୍ତିମୟ ପରିବେଶ ହୋଇ ଉଠିଥିଲା । ସମସ୍ତ ରାମ ଭକ୍ତମାନେ ଓ ଶତାଧିକ ମହିଳାମାନେ ଯୋଗ ଦେଇ ଅକ୍ଷତ କଳସ ବଣ୍ଟନରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.