ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ନିକଟସ୍ଥ ମଧିଆପାଲିରୁ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲା ମିଳିତ କୃଷକ ମଞ୍ଚ ପକ୍ଷରୁ ଏକ ବିଶାଳ ଟ୍ରାକ୍ଟର ଏବଂ ବାଇକ ରାଲିର ଆୟୋଜନ ହୋଇଛି । ଚାଷୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଆଜି ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲା ମିଳିତ କୃଷକ ମଞ୍ଚ ତରଫରୁ ଏକ ବିଶାଳ ଚାଷୀ ସମାବେଶର ଆୟୋଜନ କରାଯାଇଥିବା ବେଳେ ଏହି ଅବସରରେ ଚାଷୀମାନେ ମିଳିତ ଭାବେ ଏହି ର୍ୟାଲିରେ ବାହାରିଛନ୍ତି । ତେବେ ମଧିଆପାଲିରୁ ଚାଷୀମାନଙ୍କ ଦ୍ୱାରା ଏକ ଟ୍ରାକ୍ଟର ଏବଂ ବାଇକ ରାଲିର ଆୟୋଜନ ହୋଇଛି । ସହସ୍ରାଧିକ ସଂଖ୍ୟାରେ ଚାଷୀମାନେ ଟ୍ରାକ୍ଟର ଓ ବାଇକ୍ ଧରି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ମଧିଆପାଲିରୁ ଟ୍ରାକ୍ଟର ରାଲି ବାହାରି କୋଶଳ କଳାମଣ୍ଡଳକୁ ପହଂଚିଥିଲା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୫୦୦୦ ଟଙ୍କାକୁ ବୃଦ୍ଧି, ଚାଷ ପାଇଁ ବ୍ୟବହୃତ ବିଜୁଳି ବିଲ୍ ସମ୍ପୂର୍ଣ୍ଣ ଛାଡ କରିବାକୁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ସମାବେଶରେ ଚାଷୀ ନେତାଙ୍କ ପକ୍ଷରୁ ପ୍ରଚଣ୍ଡ ଦାବୀ କରିଯାଇଛି ।