ପ୍ଳାଷ୍ଟିକ୍ ବର୍ଜନ ଓ ଶକ୍ତି ସଂରକ୍ଷଣ ଉପରେ ଛାତ୍ରଛାତ୍ରୀଙ୍କ ର‍୍ୟାଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ହାଇସ୍କୁଲରେ ପ୍ରଧାନ ଶିକ୍ଷକ କମଲାକାନ୍ତ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ପ୍ଳାଷ୍ଟିକ ବର୍ଜନ ଓ ଶକ୍ତି ସଂରକ୍ଷଣ ଉପରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଏକ ରଚନା, କୁଇଜ୍, ଭାଷଣ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀମାନେ ପରିବେଶକୁ ପ୍ଳାଷ୍ଟିକ ମୁକ୍ତ କରନ୍ତୁ ଏବଂ ଶକ୍ତି ସଂରକ୍ଷଣ କରନ୍ତୁ ବୋଲି ସ୍ଲୋଗାନ ଦେଇ ହାତରେ ବେନର ଧରି ଗୁଦେରପାଲି ଗାଁରେ ଏକ ର୍ୟାଲି କରିଥିଲେ । ବିଜ୍ଞାନ ଶିକ୍ଷକ ଚନ୍ଦ୍ର ମଣି ସାହୁ ଶକ୍ତି ସଂରକ୍ଷଣ ଉପରେ ଛାତ୍ର ଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଉତିର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ଗୁଦେରପାଲି ସରପଞ୍ଚ ରାମଚନ୍ଦ୍ର ପାତ୍ର ଯୋଗଦେଇ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.