ବିଜେପିର ବିଜୟ ପରିପ୍ରେକ୍ଷୀରେ ଯୁବମୋର୍ଚା ପକ୍ଷରୁ ସିନ୍ଧେକେଲାରେ ରକ୍ତଦାନ ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ଭାରତୀୟ ଜନତା ପାର୍ଟିର ବିଜୟ ପରିପ୍ରେକ୍ଷୀରେ ବିଜେପି ଯୁବମୋର୍ଚା ସିନ୍ଧେକେଲା ମଣ୍ଡଳ ପକ୍ଷରୁ ସ୍ଥାନୀୟ ସାହୁ ଭବନ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ନବ ନିର୍ବାଚିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ଉକ୍ତ ଶିବିରର ଶୁଭ ଉଦ୍‌ଘାଟନ କରିବା ସହ ରକ୍ତଦାତାଙ୍କ ପାଖରେ ପହଞ୍ଚି ସେମାନଙ୍କ ସହିତ ଫଟୋ ହୋଇ ସେମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ଥର ବିଜେପି ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରିଥିବା ଯୁବମୋର୍ଚାର ସମସ୍ତ ସଦସ୍ୟଙ୍କ ବିଧାୟକ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠି, ସିନ୍ଧେକେଲା ଥାନାଧିକାରୀ ବସନ୍ତ ଦଳାଇ, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରୱାଲ, ସାଂସଦ ପ୍ରତିନିଧି ଅନିଲ ନାଏକ, ଜିଲ୍ଲା ପରିଷଦ ସଦସ୍ୟ ଦାମ ସୁନା, ଅଲଣ୍ଡା ସରପଞ୍ଚ ଯୁବରାଜ ବାଗ, ପୂର୍ବତନ ସରପଞ୍ଚ ଅର୍ଜୁନ ୟାଦବ, ଭୁସଲାଡ଼ ସରପଞ୍ଚ ଦୀପକ ଛୁରା, ଅର୍ସାତୁଲା ସରପଞ୍ଚ ପ୍ରତିନିଧି ସଞ୍ଜୟ ପୁଟେଲ, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ଝଲପ ସରପଞ୍ଚ ପ୍ରତିନିଧି ଗୋବିନ୍ଦ ପୁଟେଲ, ନିତ୍ୟାନନ୍ଦ ପୃଷେଠ, ଭାଲୁମୁଣ୍ଡା ସରପଞ୍ଚ ପ୍ରତିନିଧି ବସନ୍ତ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଶିବିରର ମୋଟ୍‌ ୪୦ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିବା ବେଳେ ରକ୍ତଦାତାଙ୍କ ମଧ୍ୟରେ ସିନ୍ଧେକେଲା ଥାନାଧିକାରୀ ବସନ୍ତ ଦଳାଇଙ୍କ ସମେତ ଆୟୋଜକ କମିଟିର ସଦସ୍ୟମାନେ ମଧ୍ୟ ସାମିଲ ଥିଲେ । ଯୁବମୋର୍ଚା ସଭାପତି ନୌରାଜ ରଣାଙ୍କ ନେତୃତ୍ୱରେ ଆୟୋଜିତ ରକ୍ତଦାନ ଶିବିରରେ ଉପସଭାପତି ହେମନ୍ତ ସାହୁ, ପରମା ସାହୁ, ମଣ୍ଡଳ ଉପସଭାପତି ରୋହିତ ସାହୁ, ସମ୍ପାଦକ କହ୍ନେୟା ଜୈନ, ବାବୁଲାଲ ସାହୁ, ବେଣୁ ମଲ୍ଲିକ, ମୁକେଶ ସାହୁ, ପପୁ ସାହୁ, ସଂଜୀବ ଛୁରା, ଚନ୍ଦ୍ରମଣି ହଂସ, ବିକ୍ରମ ହଂସ, ମାରୱାଡ଼ି ଯୁବାମଞ୍ଚ ସଭାପତି ଅମିତ ଜୈନ, ମୋତି ତ୍ରିପାଠୀ, ଜଗନ୍ନାଥ ବେହେରା, ଜୟନ୍ତ ଖମାରୀ, ଲଳିତ ସାହୁ ପ୍ରମୁଖ ବିଶେଷ ସହଯୋଗ କରିଥିଲେ । ରକ୍ତ ସଂଗ୍ରହରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡା. ଗଜେନ୍ଦ୍ର ନାଥ ରାଉତ ଓ ତାଙ୍କ ଟିମ୍‌ ସହଯୋଗ କରିଥିଲେ ।

Leave A Reply

Your email address will not be published.