ମାରୱାଡି ମହିଳା ସମିତି ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ : ୯୧ ୟୁନିଟ ରକ୍ତ ସଂଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଉତ୍କଳ ଦିବସ ତଥା ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ବଲାଙ୍ଗିର ମାରୱାଡି ମହିଳା ସମିତି ତରଫରୁ ସ୍ଥାନୀୟ ତେରାପନ୍ଥ ଭବନଠାରେ ଏକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ବହୁ ମୂଲ୍ୟ ୯୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ବିଜେଡି ନେତା ବିଷ୍ଣୁ ପ୍ରସାଦ କେଡିଆଙ୍କ ଆହ୍ୱାନ ଓ ସଂଯୋଜନା କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ମୁଖ୍ୟ ଅତିଥି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ପୌରାଧକ୍ଷା ଲିକା ସାହୁ ଓ ମାରୱାଡି ସମ୍ମେଳନର ସଂପାଦକ ମୋହନ ଲାଲ ଅଗ୍ରୱାଲ ସମ୍ମାନୀତ ଅତିଥି ଭାବେ ମଞ୍ଚସୀନ ଥିଲେ । ସଭାପତି ସୁଷମା ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି କମଲା ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂପାଦିକା ଲକ୍ଷ୍ମୀ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ରକ୍ତଦାନ ନିର୍ଦ୍ଦେଶିକା ମୀରା ଗୋୟଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁଧା ଅଗ୍ରୱାଲ, ଦୁର୍ଗେଦେବୀ ଅଗ୍ରୱାଲ, ରେଖା ଅଗ୍ରୱାଲ, ଅନୀତା ଅଗ୍ରୱାଲ, ପ୍ରୀତି ଅଗ୍ରୱାଲ, ବବିତା ଅଗ୍ରୱାଲ ଓ ଯୁବାମଞ୍ଚ ତରଫରୁ ଗଜାନନ ଅଗ୍ରୱାଲ, ବିରେନ ଅଗ୍ରୱାଲ, ଆଶିଷ ଚୌଧୁରୀ, ସଞ୍ଜିବ ଅଗ୍ରୱାଲ, ଅମିତ ଚୌଧୁରୀ, ଅନୀଲ ମୋଦୀ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ । ଜିଲ୍ଲା ରକ୍ତ ଭଣ୍ଡାର ତରଫରୁ ଡା. ସୁମୀତ ମୁଣ୍ଡ, ନରେଶ ଚନ୍ଦ୍ର ମିଶ୍ର, ଅବଦୁଲ ଅସରଫ, ଅଶୋକ ଧଳ, ଜ୍ୟୋତିର୍ମୟୀ ନାଏକ, ସୁଶିଲ ସୁନା ଓ ଦୁର୍ଗା ପ୍ରସାଦ ଅଚାର୍ଯ୍ୟ ରକ୍ତସଂଗ୍ରହ ତଦାରଖ କରିଥିଲେ ।

Leave A Reply

Your email address will not be published.