oom

ମାହେଶ୍ୱରୀ ସଂଗଠନ ତରଫରୁ ରକ୍ତଦାନ ଶିବିର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱରୀ ସଂଗଠନ ବଲାଙ୍ଗିର ତରଫରୁ ବଶିଷ୍ଟ ସମାଜସେବୀ ତଥା ମାହେଶ୍ୱରୀର ଉପଦେଷ୍ଟା ସ୍ୱର୍ଗତ ଲଳିତ ନାୟକଙ୍କ ସ୍ମୃତିରେ ଗତକାଲି ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ମାହେଶ୍ୱରର ବିଭିନ୍ନ ଶାଖା ଯଥା କୁଡାସିଂହା, ଲୁଇସିଂହା, ଆଗଲପୁର, ତରଭାର ସଦସ୍ୟମାନେ ଓ ବଲାଙ୍ଗିର ମହିଳା ଶାଖାର ସଦସ୍ୟାମାନେ ସକ୍ରିୟ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ । ବଲାଙ୍ଗିରର ଅନ୍ୟାନ୍ୟ ସଂଗଠନ ସହ ବଲାଙ୍ଗିରର ବାସିନ୍ଦାମାନେ ଏହି ରକ୍ତଦାନ ଶିବିରରେ ବହୁ ମାତ୍ରାରେ ଅଂଶଗ୍ରହଣ କରିଥିଲେ । ଉକ୍ତ ରକ୍ତଦାନ ଶିବରେ ବଲାଙ୍ଗିରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯଥା ଅମରେନ୍ଦ୍ର ମିଶ୍ର, ବିକ୍ରମ ବହିଦାର, ରତନ ମହାରଣା, ଗୋପାଳଜୀ ପାଣିଗ୍ରାହୀ, ହେମନ୍ତ ପଣ୍ଡା, ପ୍ରଭାକର ମିଶ୍ର, ଭବାନୀ ଶତପଥୀ, ସନ୍ଦିର କୁଅଁର, ଚିନମୟୀ ତ୍ରିପାଠୀ, ସୁରେନ୍ଦ୍ର ଭୋଇ, ମନିଷ ମିଶ୍ର, ସଂଗ୍ରାମ ବହିଦାର, ଜ୍ୟୋତି ନାୟକ, ଦିପକ ରଂଜନ ନାୟକ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାହେଶ୍ୱରୀ ସଂଗଠନର ଉପଦେଷ୍ଟା ଯଥା ଡଃ ଲଳିତ ସାହୁ, ଲୋଟସ ଷଡଙ୍ଗି, ବ୍ୟାସଦେବ ନନ୍ଦ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତାଦାନ ଶିବିରକୁ ସଫଳ ଭାବରେ ଆୟୋଜନ କରିବା ଦାୟିତ୍ୱ ମାହେଶ୍ୱରୀର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ, ସଭାପତି ଶୋଭନ କୁମାର ଅଗ୍ରୱାଲ, ମାହେଶ୍ୱରୀ ମହିଳା ଶାଖାର ସହ ସଂଯୋଜିକା ପ୍ରିୟଙ୍କା ପଟ୍ଟନାୟକ, ଅଙ୍କିତା ପଟ୍ଟନାୟକ, ସୋନଲି ସିଂ ଗଡତ୍ୟା, ସୋନିୟା ବେଜ, ଶିଖା ବନଛୋର, ବିଷ୍ଣୁପ୍ରୀୟା, କାୟନା କିୟାସ, ପୂଜା ଦଳପତି, ଲିଜା ଦଳପତି, ବର୍ଷା ସିଂହ, ସାହିଲ ସିଂ ଗଡତ୍ୟା, ଶିବାନନ୍ଦ ସାହାଣୀ, ନିରୋଜ, ସୌମ୍ୟରଂଜନ ପଣ୍ଡା, ରିତେଶ ଅଗ୍ରୱାଲ, ସୁମିତ ରାଉ, ସୁବାଷନନ୍ଦ ସହଯୋଗ କରିଥିଲେ । ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ପାଇଁ ବୃକ୍ଷଦାନ କରି ଉକ୍ତ ଦାତାମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ୫୧ଟି ରକ୍ତଦାତା ରକ୍ତଦାନ କରି ଶିବିରକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.