ଇନ୍ଦିରାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ରକ୍ତଦାନ ଶିବିର : ୫୦ ୟୁନିଟ ରକ୍ତ ସଂଗ୍ରହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରକ୍ତ ଅଭାବରୁ ମରିବାକୁ କାହାରିକୁ ନ ଦେବା ଏବଂ ରକ୍ତର ଅଭାବ ଦୂର କରି ଅନ୍ୟର ଜୀବନ ବଞ୍ଚାଇ ମୁହଁରେ ହସ ଫୁଟାଇ ଦେବା ବାର୍ତ୍ତା ଉଦ୍ଦେଶ୍ୟରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରାଗାନ୍ଧୀଙ୍କ ଶ୍ରାଦ୍ଧଦିବସ ଅବସରରେ ଛତ୍ରପୁର କଂଗ୍ରେସ ପାର୍ଟି ପକ୍ଷରୁ ସାମାଜ ସେବୀ, ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ଅନୂସୁଚିତ ଜାତି ସଂଯୋଜକ ଭାଗୀରଥୀ ବେହେରାଙ୍କ ନେତୃତ୍ଵରେ ରବିବାର କଣମଣା ବାତ୍ୟା ଆଶ୍ରୟସ୍ଥଳୀଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଯୋଗ ଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ଆୟୋଜକମାନଙ୍କୁ ପ୍ରଶଂସା କରି ସ୍ୱେଚ୍ଛାସେବୀ ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଏଥିରେ ୫୦ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ଏହି ମହତ୍ କାର୍ଯ୍ୟରେ ସାମିଲ୍ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡି, ଗଞ୍ଜାମ ବ୍ଲକ କଂଗ୍ରେସ କମିଟିର ସଭାପତି ଏନ୍. ଗଣେଶ ରେଡ୍ଡି, ବରିଷ୍ଠ ଆଇନଜୀବୀ ବାବୁ ନାହକ, ଏନ. କୁନା ରେଡ୍ଡି, ଛାତ୍ର ନେତା ମହେଶ କୁମାର ଗୌଡ଼, ରାକେଶ କୁମାର ଆଚାର୍ଯ୍ୟ, ଚକ୍ରପାଣି ପଲାଇ, ପର୍ଶୁରାମ ପରିଡା, କାଳିଆ ରାଉଳ, ସୁବୋଧ ସୁମନ ସ୍ୱାଇଁ, ପବିତ୍ର ସ୍ଵାଇଁ, ମୁନା ଦାସ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.