ଦେଓଗାଁ ବିଜେପି ପକ୍ଷରୁ ସେବା ଓ ସମର୍ପଣ ଅଭିଯାନ : ରକ୍ତଦାନ ଶିବିରରେ ୪୦ ୟୁନିଟ ରକ୍ତ ସଂଗ୍ରହ 

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ବିଜେପି ତରଫରୁ ଦେଓଗାଁ ବସଷ୍ଟାଣ୍ଡ୍ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସେବା ଓ ସମର୍ପଣ ଅଭିଯାନରେ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ସୁଶାନ୍ତ ଦାସ, ମହିଳା ମୋର୍ଚ୍ଚା ସଭାପତି ପଙ୍କଜିନି ପଣ୍ଡା, ସୁଦିପ ସା, ନରସିଂହ ସିଂ, ପବିତ୍ର ସାହୁ ପ୍ରମୁଖ ଭାବେ ଯୋଗ ଦେଇଥିଲେ । ଏହି ଶିବିରରେ ୪୦ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଭୋଲାନଥ ସାହୁ, ବନ୍ଧପଡ଼ା ମଣ୍ଡଳ ସଭାପତି ବାସୁଦେବ ସିଂ ନିନା, ଯୁଗେଶ୍ୱର୍ ପ୍ରଧାନ, ସୁରେଶ ଭୋଇ, ଶଶୀ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଅଶୋକ ସାଏ, ଅମର ସାହୁ, ମମତା ସାହୁ, ସୁକ ଭୋଇ, ନିରାକାର ସାହୁ, ପଞ୍ଚୁ ମହାନନ୍ଦ, ମିତ୍ରଭାନୁ ରଣା, ଫୁଲ କହଁର ରଣା, ମାନୁ ମେର୍ଲ୍ଲି, ଘନଶ୍ୟାମ ନନ୍ଦ, ରାହୁଲ ସୁନା ପ୍ରମୁଖ ସହଯୋଗ କରିଥିଲେ । 

Leave A Reply

Your email address will not be published.