centurian jitm

ପିଆର ହାଇସ୍କୁଲର ପୂରାତନ ଛାତ୍ରଙ୍କ ଦ୍ୱାରା ରକ୍ତଦାନ ଶିବିର

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ହାଇସ୍କୁଲର ୨୦୦୧ ଓ ୨୦୧୨ ବ୍ୟାଚର ପୂରାତନ ଛାତ୍ରମାନଙ୍କ ଦ୍ୱାରା ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ରମେଶ ଚନ୍ଦ୍ର ସାହୁ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଅବକାରୀ ନିରୀକ୍ଷକ ସରୋଜ କୁମାର ପରିଡା ଏବଂ ଡିପିଇଓ ପ୍ରଦୀପ କୁମାର ପାତ୍ର, ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ତଥା ପୃଥ୍ୱୀରାଜ ହାଇସ୍କୁଲର ଶିକ୍ଷକ ବିକାଶ ସାହୁ ଯୋଗଦେଇଥିଲେ । ଗ୍ରୀଷ୍ମ କାଳରେ ରକ୍ତଭଣ୍ଡାରରେ ରକ୍ତର ଅଭାବ ଦେଖାଦେଉଥିବାବେଳେ ଏହାକୁ ପୂରଣ କରିବାକୁ ପୂରାତନ ଛାତ୍ରମାନେ ଏଭଳି ଏକ ନିଆରା ପ୍ରୟାସ କରିଥିଲେ । ଶିବିରରେ ମୋଟ ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶିବିରକୁ ସଫଳ କରିବାରେ ପୂରାତନ ଛାତ୍ରମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.