oom

ବଙ୍ଗୋମୁଣ୍ଡାରେ ମାରୱାଡ଼ି ଯୁବାମଞ୍ଚର ରକ୍ତଦାନ ଶିବିର ପାଇଁ ସାମ୍ବାଦିକ ସମ୍ମିଳନୀ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡିସେମ୍ବର ୨୨ ତାରିଖରେ ବଙ୍ଗୋମୁଣ୍ଡା ଠାରେ ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମାରୱାଡ଼ି ଯୁବାମଞ୍ଚ ବଙ୍ଗୋମୁଣ୍ଡା ଶାଖାର ସଭାପତି କହ୍ନେୟା ଲାଲ ଅଗ୍ରୱାଲ, ସମ୍ପାଦକ ସଙ୍ଗମ ଜୈନ, ରାଜ୍ୟ ସହ ସମ୍ପାଦକ କାହ୍ନା ଅଗ୍ରୱାଲ, ରାଜ୍ୟ ପ୍ରଚାର ପ୍ରସାର ସଂଯୋଜକ ସୁମିତ ଜୈନ, ଅରୁଣ ବଂଶଲ, ମନୁଆ ଅଗ୍ରୱାଲ, ବିଶ୍ୱାସ ଅଗ୍ରୱାଲ, ରାଜ୍ୟ ଶାଖା ସଦସ୍ୟ ବିନୀତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ବଙ୍ଗୋମୁଣ୍ଡା ମାରୱାଡ଼ି ଯୁବାମଞ୍ଚ ବିଭିନ୍ନ ସମୟରେ ବିଭିନ୍ନ ସମାଜ ସେବା କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ହୋଇଛି ।

jittmm
Leave A Reply

Your email address will not be published.