ମାଁ ମାହେଶ୍ୱରୀ ସେନା ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଁ ମାହେଶ୍ୱରୀ ସେନା ବଲାଙ୍ଗିର ଅରୁଣ ପଲତାଙ୍କର ଜନ୍ମଦିନ ଅବସରରେ ମାଁ ମାହେଶ୍ୱରୀ ସେନା ଦ୍ୱାରା ରକ୍ତଦାନ ଶିବିର ବଲାଙ୍ଗିର ରକ୍ତ ଭଣ୍ଡାର କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଡା. ସତ୍ୟଜିତ ଯୋଷୀ, ସର୍ଜରୀ ସ୍ପେସାଲିଷ୍ଟ, ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ଫିତା କାଟି ଶିବିର ଆରମ୍ଭ କରିଥିଲେ । ଏହି ଶିବିରରେ ୭୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବିରକୁ ସଫଳ କରିବା ପାଇଁ ମାଁ ମାହେଶ୍ୱରୀ ସେନା, ବୀରମହାରାଜପୁର, କଣ୍ଟାମାଳ ଓ ବଲାଙ୍ଗିରର ସଦସ୍ୟମାନେ ବିଶେଷ ସହଯୋଗ କରି ଶିବିରକୁ ସଫଳ କରିଥିଲେ ।

Leave A Reply

Your email address will not be published.