
କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ ଉପକେନ୍ଦ୍ରଠାରେ ଜିଲ୍ଲା ଯାଦବ ମହାସଭା ତତ୍ୱାବଧାନରେ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଯାଦବ ମହାସଭାର ସଭାପତି ପରମାନନ୍ଦ ହାତୀ ଓ ଜିଲ୍ଲା ସଂଯୋଜକ ମନୋଜ ହାତୀ ଉପସ୍ଥିତ ରହି ଶିବିରକୁ ଉଦ୍ଘାଟନ କରିଥିଲେ । ଏହି ଶିବିରରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।