oom

ବିଜୁ ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକର ଟେମରି ପଞ୍ଚାୟତ ଠାରେ ପଦ୍ମପୁର ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ତରଫରୁ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଗୌରହରୀ ମିଶ୍ର ଏବଂ ଯୁବନେତା ଭୋଜରାଜ ସିଂ ବରିହା ଶିବିରକୁ ଉଦଘାଟନ କରିଥିବା ବେଳେ ଶିବିରରେ ପ୍ରାୟ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବିରରେ ବିଜୁ ଜନତା ଦଳ ପାଇକମାଲ ବ୍ଲକ ସଭାପତି ରାଜେନ୍ଦ୍ର ରାଉତ, ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ, ପଦ୍ମପୁର ପୁର୍ବତନ ଏନ୍‌ଏସି ଅଧ୍ୟକ୍ଷ ପ୍ରିତମ ମେହେର, ବିଜୁ ଯୁବ ଜନତା ଦଳ ସଭାପତି ଗୌତମ ସିଂ, ବ୍ଲକ୍ ଅଧକ୍ଷ୍ୟ ଅଲତାପ ମହମ୍ମଦ, ବିଜୁ ଛାତ୍ର ଜନତା ଦଳ ପାଇକମାଲ ବ୍ଲକ୍ ସଭାପତି ରବିନାରାୟଣ ସାହୁ, ଟିକେଶ୍ଵର୍ ବରିହା,ସୁମିତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.