ପଦ୍ମପୁର ଶୀତଳ ଷଷ୍ଠୀ କମିଟି ଓ ମାରୱାଡି ଯୁବାମଞ୍ଚର ମିଳିତ ଉଦ୍ୟମରେ ରକ୍ତଦାନ ଶିବିର ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ସ୍ଥାନୀୟ ମାରୱାଡି ଧର୍ମଶାଳାଠାରେ ପଦ୍ମପୁର ଶୀତଳ ଷଷ୍ଠୀ କମିଟି ଓ ମାରୱାଡି ଯୁବାମଞ୍ଚର ମିଳିତ ଉଦ୍ୟମରେ ଆଜି ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ପଦ୍ମପୁରର ବିଧାୟିକା ବର୍ଷା ସିଂ ବରିହା ଓ ପଦ୍ମପୁର ଉପଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ବିଧାୟିକା ଅଗ୍ରପୂଜ୍ୟ ଶ୍ରୀ ଗଣେଷ ଭଗବାନଙ୍କ ଠାରେ ଦୀପ ପ୍ରଜ୍ଜଳନ କରି ଶିବିରରେ ରକ୍ତଦାନର ମହତ୍ତ୍ବ ସଂପର୍କରେ କହିଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୧୫୩ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏତେ ପ୍ରବଳ ଖରାରେ ୪୫% ତାପମାତ୍ରାରେ ମଧ୍ୟ ଏପରି ଏକ ସାମାଜିକ କାର୍ଯ୍ୟକ୍ରମ କରିଥିବାରୁ ବିଭିନ୍ନ ମହଳରୁ ପ୍ରଶଂସା କରାଯାଇଛି । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାରର ସମସ୍ତ କର୍ମଚାରୀଙ୍କ ଉଦ୍ୟମ ପ୍ରସଂଶନୀୟ ।

Leave A Reply

Your email address will not be published.