ଘଣ୍ଟାପଡା କଲେଜରେ ରକ୍ତଦାନ ଶିବିର : ୪୬ ୟୁନିଟ ରକ୍ତ ସଂଗ୍ରହ

କଣ୍ଟାମାଳ, (ମମତା ମହାକୁର) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ଡିଗ୍ରୀ କଲେଜଠାରେ ମାନବ ସେବା ସଦନ ସଂଗଠନ ରୁଗୁଡ଼ିପାଲି ଏବଂ ଆଞ୍ଚଳିକ ଗ୍ରାମ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ଘଣ୍ଟାପଡାର ସମ୍ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଯାଇଛି । ବୁର୍ଲା ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର ଜ୍ୟୋତି ପ୍ରକାଶ ବିଶ୍ୱାଳ, ବିଶେଷଜ୍ଞ ଲୁଲୁ ବିଶ୍ୱାଳ, ଟେକନିସିଆନ ସୂର୍ଯ୍ୟ ବେହେରା, ଗଣେଶ ପ୍ରଧାନ ଏବଂ ଆଟେଣ୍ଡେସ ପ୍ରହଲ୍ଲାଦ ଭୋଇ ଯୋଗ ଦେଇ ରକ୍ତ ସଂଗ୍ରହ କରିଥିଲେ । ସମୁଦାୟ ୪୬ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ବେଳେ ୪ଜଣ କଲେଜ ଛାତ୍ରୀ ସଂଗୀତା ରଣା, ସନ୍ତୋଷିନୀ ସିଂ କହଁର, ଭାନୁସୂତା ମହାକୁଡ଼ ଓ ସୁଶିଲା ସେଠ ପ୍ରଥମଥର ପାଇଁ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକଙ୍କ ପ୍ରତିନିଧି ସୁଧାଂଶୁ ରଣା ଯୋଗଦେଇ ଶିବିରକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା । ଶ୍ରୀ ରଣା ମୁଖ୍ୟ ଅତିଥି, ଶିକ୍ଷାବିତ କାର୍ତ୍ତିକେଶ୍ୱର ବେହେରା ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ସମାଜସେବୀ ଶ୍ରୀକାନ୍ତ ମିଶ୍ର, ରକ୍ତଦାତା ପ୍ରବର୍ତ୍ତକ ଯଦୁବିହାରୀ ବାଘ, ସାମ୍ବାଦିକ ପ୍ରଭାତ ସାହୁ, ସମାଜସେବୀ ସୁଶାନ୍ତ ମାଝୀ, ଅଜିତ ସାହୁ, ଶରତ ରଣା, ଶିକ୍ଷାବିତ ଦେବରାଜ ସାହୁ, ସଞ୍ଜୀବ ବେହେରା, ଗ୍ରାମ ରୋଜଗାର ସେବକ ପ୍ରତାପ ରଣା, କୁଳୁତାଜୋର ସରପଞ୍ଚ ପ୍ରତିନିଧି ଦୟାବନ୍ତ ଧରୁଆ ଯୋଗଦେଇ ରକ୍ତଦାନ ଏକ ମହତ କାର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । କଲେଜ ଅଧ୍ୟକ୍ଷ ଗିରିଧର ଦେହୁରୀ ସଭାପତିତ୍ୱ କରିଥିଲେ । ମାନବ ସେବା ସଦନ ସଂଗଠନର ସମ୍ପାଦକ ବଂଶୀଧର ମାଝୀ ଅତିଥି ପରିଚୟ ଓ ସଦସ୍ୟ ସୁଶାନ୍ତ ବାରିକ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଂଗଠନର ସଭାପତି ବଳରାମ ବାଘ, ସଦସ୍ୟ ଜିତେନ୍ଦ୍ର ଭୋଇ, ଗଜାନନ ପ୍ରଧାନ, ଡୋଲାମଣୀ କପାଟ, ନବୀନ ଠେଲା, ସୁଶାନ୍ତ ଭୋଇ, ଆଜାଦ କଲତା, ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.