centurian jitm

ଜରାସିଂହାରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ‘ଅମୃତ ବିନ୍ଦୁ’ ରକ୍ତଦାନ ଶିବିର ଅନୁଷ୍ଠିତ

nschool

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ଦେଓଗାଁ ବ୍ଲକ୍ ଜରାସିଂହା ସତ୍ୟସାଇ ବିହାରରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ତୁଷୁରା ସମିତି ପକ୍ଷରୁ ଏକ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ରକ୍ତଦାନ ଶିବିର “ଅମୃତ ବିନ୍ଦୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋବିନ୍ଦ ମେହେରଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତୁଷୁରା ସମିତିର ଆବାହକ ପ୍ରଦୀପ୍ତ ସାହୁ, ବରିଷ୍ଠ ସଦସ୍ୟ ବିନୋଦ ବିହାରୀ ସାହୁ, ରମେଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ୱାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି “ଅମୃତ ବିନ୍ଦୁ” ରକ୍ତଦାନ ଶିବିରରେ ୨୭ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରରେ ମନିଷ ମେହେର, ଅଲକାମୟୀ ଭୋଇ, ଶ୍ରୀବତ୍ସ ରଣା, ସସ୍ମିତାଞ୍ଜଳି ରଣା, ପ୍ରମିଳା ସାହୁ, ଗିରିଜା ଶଙ୍କର ଥନାପତି, ଶ୍ୟାମ ସା, ବୃନ୍ଦାବନ ରଣା, ପୁଷ୍ପାଞ୍ଜଳି ମେହେର, ଗୋବିନ୍ଦ ମେହେର, ଲୋଚନ ମନହିରା, ଜନକ ମେହେର, ଅଲେଖ ସାହୁ, ସନ୍ତୋଷ ସାହୁ, ନେପାଲ ସାହୁ, ଶୁଭେନ୍ଦୁ ପ୍ରକାଶ ଭୋଇ, ଅଂଶୁମାନ ମେହେର, ଅଜିତ ରଣା, ସୁଦେଷ୍ନା ମେହେର, ନରୋତ୍ତମ ବାରିକ, ସନୋତ ସା, ରବୀନ୍ଦ୍ର ସାହୁ, ଶରତ କୁମାର ଭୋଇ, ସ୍ମିତା ପଧାନ, ଧନେଶ୍ୱର ଥନାପତି, ଗୁଣନିଧି ପୁଟେଲ, ଅଶୋକ କୁମାର ପଧାନ ପ୍ରମୁଖ ରକ୍ତଦାନ କରିଥିଲେ । ଆଜିର ରକ୍ତଦାନ ଶିବିର ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମୁସାଦର ଖାଁଙ୍କ ତତ୍ଵାବଧାନରେ ବଲାଙ୍ଗିର ବ୍ଲଡ଼ ବ୍ୟାଙ୍କର ସେକ ଅବଦୁଲ, ରିପୁରାଜ ମେହେର, ଶୁଶିଲ ସୁନା, ଅରିଜିତ ବେହେରା ରକ୍ତ ସଂଗ୍ରହ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅବନୀ ସାହୁ, ବୁବୁନ ପୁଟେଲ, କୃଷ୍ଣ କୁମାର ସାହୁ, ଶରତ ପୁଟେଲ, ସାଇ ଆଶ୍ରିତ ସାହୁ, ଟୁନା ଥନାପତି ପ୍ରମୁଖ ବିଶେଷ ସହଯୋଗ କରିଥିଲେ । ଶେଷରେ ଶ୍ରୀ ସତ୍ୟସାଇ ବାବାଙ୍କ ଆଳତୀ ପ୍ରଦାନ କରି କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

Leave A Reply

Your email address will not be published.