oom

ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୫୧ ୟୁନିଟ୍‌ ରକ୍ତ ସଂଗ୍ରହ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଉପକଣ୍ଠ ଡାଙ୍ଗ ଗ୍ରାମରେ ଆଜି ଆୟୋଜନ ହୋଇଥିବା ୨୬ତମ ଗଜଲକ୍ଷ୍ମୀ ପୂଜା ଅବସରରେ ମାଁ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ପରେ ନେତାଜୀ ଯୁବକ ସସଘ ଓ ସଂକଳ୍ପ ପରିବାର, ବରଗଡ଼ର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ରକ୍ତଦାନ ଶିବିରରେ ବରେଣ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ସାଧୁ ନେପାକ, ଡି. ନାଗେଶ୍ୱର ରାଓ ପ୍ରମୁଖ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିବା ବେଳେ ଆଜିର ରକ୍ତଦାନ ଶିବିରରେ ୧୬ ଜଣ ମହିଳା ରକ୍ତଦାତାଙ୍କ ସମେତ ମୋଟ୍‌ ୫୧ ୟୁନିଟ୍‌ ରକ୍ତ ବରଗଡ଼ ରକ୍ତଭଣ୍ଡାର କର୍ମଚାରୀଙ୍କ ଦ୍ଵାରା ସଂଗ୍ରହ କରାଯାଇଥିଲା । ସଂକଳ୍ପ ପରିବାର ସଭାପତି ବିକାଶ ଅଗ୍ରୱାଲ, ସମ୍ପାଦକ ଜି. ରମେଶଙ୍କ ତତ୍ତ୍ୱାବଧାନରେ ପ୍ରତ୍ୟୁଷ ସରଙ୍ଗୀ, ସିମ୍‌ରନ୍‌ ପଧାନ, ରୁବିରାଣୀ ପାଢ଼ୀ, ବାସ୍ମତି ବନଛୋର, ସୁରେନ ଭୁଏ, ଦେବେନ ଭୁଏ, ଆକାଶ ପାଣ୍ଡେ, ଚନ୍ଦନ ପଧାନଙ୍କ ସବେତ ନେତାଜୀ ଯୁବକ ସଂଘର ସାହିଲ ଥପାଙ୍କ ସଭାପତିତ୍ୱରେ ଶଙ୍କର ଠେଲା, କରୁଣା ଭୋଇ, ମନୋଜ କୁମାର ମାଝୀ, ନିର୍ମଳ ଠେଲା, ଟିଙ୍କୁ ରାଉତ, ଆଶିଷ ପାଣିଗ୍ରାହୀ, ଆୟୁଷ ପାଣିଗ୍ରାହୀ, ସୁଜିତ ପାଣିଗ୍ରାହୀ, ହୃଷିକେଶ ବଗର୍ତ୍ତି, ରାଜୁ ବଗର୍ତ୍ତି, ପଞ୍ଚମ ଠେଲା ପ୍ରମୁଖ ଉପସ୍ଥିତ ରହି ଶିବିରକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.