ନିଷ୍ଠା ପରିବାର ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ନିଷ୍ଠା ପରିବାର ତରଫରୁ ବରଗଡ଼ ସହରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସରକାରୀ ରକ୍ତ ଭଣ୍ଡାରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଡାକ୍ତର ଅଶ୍ଵିନୀ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିରକୁ ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ଦୁଇଜଣ ରକ୍ତଦାତା ଦମ୍ପତିଙ୍କ ସହ ମୋଟ ୨୬ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସଂଗୃହୀତ ହୋଇଥିଲା । ସ୍ୱେଚ୍ଛାକୃତ ଭାବେ ନିଜର ବହୁ ମୂଲ୍ୟ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ହୋଇଥିବା ସମସ୍ତ ରକ୍ତଦାତାଙ୍କୁ ନିଷ୍ଠା ପରିବାର ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି । ଶିବିରକୁ ନିଷ୍ଠା ପରିବାରର ସଭାପତି ରକ୍ଷପାଲ ସାହୁ, ସଂପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ମଦନ ମୋହନ ଦାସ, କ୍ଷୀରୋଦ୍ର ସାହୁ, ମହିଳା ଶାଖାର ମୁଖ୍ୟ ତ୍ରିପୁରା ସୁହୂଲା ତଥା ଅନ୍ୟ ସଦସ୍ୟ, ସଦସ୍ୟା ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.