ବିରଳ ରକ୍ତଦାନ କରି ଜୀବନ ବଞ୍ଚାଇଲା ଯୁବ କୁଲୁତା ସମାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ମାଲିଶ୍ରୀଗୁଡି ଗ୍ରାମର କଳ୍ପନା ପ୍ରଧାନଙ୍କ ଜ୍ଞାନିକରେ ସମସ୍ୟା ଯୋଗୁଁ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଓ ନେଗେଟିଭ୍ ରକ୍ତର ଆବଶ୍ୟକ ହେବାରୁ ଡାକ୍ତର ତାଙ୍କୁ ରକ୍ତ ଦେବା ପାଇଁ ପରାମର୍ଶ ଦେଇଥିଲେ । ବଲାଙ୍ଗିରରେ ତାଙ୍କ କେହି ସମ୍ପର୍କିୟ ନଥିବାରୁ ‘ଓ’ନେଗେଟିଭ୍ ଭଳି ବିରଳ ରକ୍ତ ପାଇବାରୁ ବଂଚିତ ହେଉଥିଲେ । ଶେଷରେ ତାଙ୍କ ପୁତ୍ର ସର୍ଜନ ପ୍ରଧାନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ଫୋନ୍‌ ମାଧ୍ୟମରେ ଯୋଗାଯୋଗ କରିଥିଲେ । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ତଥା ପ୍ରକୃତି ମିତ୍ର ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଯୁବ ସଂଗଠନର ସକ୍ରିୟ ସଦସ୍ୟ ଦେଓଗାଁ ବ୍ଲକ ଉଡାର ଗ୍ରାମର ଗୋବିନ୍ଦ ପ୍ରଧାନ ୨୫ କିମି ଦୂରରୁ ଆସି ରକ୍ତଦାନ କରିଥିଲେ । ଗୋବିନ୍ଦ ଶ୍ରାବଣ ମାସ ସୋମବାର ପାଇଁ ଉପବାସରେ ଥିବା ସତ୍ତ୍ୱେ ରକ୍ତଦାନ କରିଥିବାରୁ ଓଡିଶା କୁଲୁତା ସମାଜ ସହ-ସଂପାଦକ କ୍ଷେତ୍ରବାସୀ ପ୍ରଧାନ, ଅତାବିରା ବ୍ଲକ ସଭାପତି ଦିବାକର ପ୍ରଧାନ ଓ ନୂଆଁପଡା ଜିଲ୍ଲା ସଭାପତି ସରୋଜ ସାହୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ରକ୍ତଦାନ ସମୟରେ ବ୍ଲଡ ବ୍ୟାଙ୍କ ଇନ୍‌ଚାର୍ଜ ନରେଶ ମିଶ୍ର, ଅଜିତ ସାହୁ, ଦିଲୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.