oum

ଜେନିଥ୍ ଲାୟନ୍ସ ଗୁରୁକୂଳରେ ରକ୍ତଦାନ ଶିବିର : ୩୫ ୟୁନିଟ ସଂଗ୍ରହ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଜେନିଥ୍ ଲାୟନ୍ସ ଗୁରୁକୂଳ ଶିକ୍ଷାନୁଷ୍ଠାନର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ କର୍ମଚାରୀ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରକୁ ମୁଖ୍ୟ ଅତିଥି ଭାବରେ ପଦ୍ମପୁରର ବରିଷ୍ଠ ଡାକ୍ତର ଯଦୁମଣି ସାହୁ, ସମ୍ମାନିତ ଅତିଥି ଭାବେ ଡାକ୍ତର ସୁମିତ ମିଶ୍ର, ସାମାଜିକ କର୍ମୀ ନିରୋଜ ଦୋରା ପ୍ରମୁଖ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା, ସନ୍ତୋଷ କୁମାର ବେହେରା ପରିଚାଲନା କମିଟିର ପ୍ରତାପ ମିଶ୍ର, ସୁଶାନ୍ତ ରଥଙ୍କ ଦ୍ୱାରା ପରିଚାଳିତ ଏହି ଶିବିରରେ ୩୫ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା । ପଦ୍ମପୁର ଉପଖଣ୍ଡ ରକ୍ତ ଭଣ୍ଡାରର ସଂଗ୍ରାମ କେଶରୀ ମହୁନ୍ତ, ଦୀପକ ସାହୁ, ଜିତେନ୍ଦ୍ରିୟ ଗୁର୍ଲା, ଶ୍ୟାମସୁନ୍ଦର ସାହୁ, ପପୁ ମାଝୀ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.