ହେପି ପାଇକମାଲ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ : ୩୪ ୟୁନିଟ୍‌ ରକ୍ତ ସଂଗୃହୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରକ୍ତଦାନ ଜୀବନଦାନ, ରକ୍ତଦାନ ମହତଦାନ ଏହାକୁ ବ୍ରତ କରି ତଥା ପଦ୍ମପୁର ରକ୍ତ ଭଣ୍ଡାରରେ ଥିବା ରକ୍ତର ଅଭାବକୁ ଦୂର କରିବା ପାଇଁ ବରଗଡ଼ ଜିଲ୍ଲା ପାଇକମାଲରେ ଥିବା ହେପି ପାଇକମାଲ ଅନୁଷ୍ଠାନ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ମୋଟ୍‌ ୩୪ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା । ପଦ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ସଂଗ୍ରାମ କେଶରୀ ମହନ୍ତ ଓ ତାଙ୍କ ସହକର୍ମୀମାନେ ଆସି ରକ୍ତ ସଂଗ୍ରହ କରିଥିଲେ । ହେପି ପାଇକମାଲର ଉପଦେଷ୍ଟା କମିଟିରେ ଥିବା ୟୋଗେଶ୍ ଅଗ୍ରୱାଲ, ରୋଷଣ ପାଣିଗ୍ରାହୀ, କୁନ୍ଦନ୍ ପ୍ରଧାନ, ମାନସ ରଞ୍ଜନ ନାୟକ, ଶେଷଦେବ ରଣା, ରୁଦ୍ଧାନନ୍ଦ ସାହୁ ଓ ଶୁଭମ୍ ଚନ୍ଦନ ସାଙ୍କ ନେତୃତ୍ୱରେ ଏବଂ ପାଇକମାଲ ଅଞ୍ଚଳବାସୀଙ୍କ ସହଯୋଗରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ନିୟମିତ ଅନ୍ତରାଳରେ ଏହି ଭଳି ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି ହେପି ପାଇକମାଲର ସଭାପତି ୟୋଗେଶ୍ ଅଗ୍ରୱାଲ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.