ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟଙ୍କ ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପଶ୍ଚିମ ଓଡିଶାର ମହାନ ପର୍ବ ପୁଷପୁନି । ସମସ୍ତେ ନିଜ ନିଜ ପରିବାରରେ ଆନନ୍ଦ ଉଲ୍ଲାସରେ ପିଠା ମଂଡା, ମାଛ ମାଂସ ଖାଈ ମସଗୁଲ ରହିଥାନ୍ତି । ଠିକ୍ ଏତିକି ବେଳେ ସଂଜୀବ ବିଶ୍ୱାଳ ସେ ସବୁକୁ ଅଣଦେଖା କରି ଏକ ଅମୂଲ୍ୟ ଜୀବନ ବଞ୍ଚାଇବାକୁ ଆଗେଇ ଆସିଛନ୍ତି । ଦେଓଗା ବ୍ଲକ୍ ଉପରଝର ଗ୍ରାମର ସୌରୀ ବିଶ୍ୱାଳ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତାଭାବରୁ ଡାକ୍ତର ତାଙ୍କୁ ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ । ତାଙ୍କ ପୁତ୍ର ଋତୁରାଜ ବିଶ୍ୱାଳ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଖବର ପାଇ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ ବେଲପଡା ବ୍ଲକ୍ ଝାଙ୍କିରୀପାଲି ଗ୍ରାମର ସଂଜୀବ ବିଶ୍ୱାଳ ୭୦ କିମି ଦୂରରୁ ଆସି ରକ୍ତଦାନ କରିଥିଲେ । ରକ୍ତଦାନ ସମୟରେ ଯୁବ ସଭାପତି ଅସୀମ କୁମାର ଭୋଇ ମଧ୍ୟ ଉପସ୍ଥିତ ଥିଲେ । ରକ୍ତଦାନ କରି ସୌରୀ ବିଶ୍ୱାଳଙ୍କର ଜୀବନ ବଞ୍ଚାଇ ଥିବାରୁ ଉପରଝର ଗ୍ରାମବାସୀ ସଂଜୀବ ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.