oum

ଯୁବ ସ୍ୱାଭିମାନ ଦିବସରେ ବିଦ୍ୟୁତ କର୍ମଚାରୀଙ୍କ ରକ୍ତଦାନ

jsm

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଯୁବ ସ୍ୱାଭିମାନ ଦିବସ ଉପଲକ୍ଷେ ବଲାଙ୍ଗିରରେ ସମ୍ବାଦ ଆମ ଓଡିଶା ତରଫରୁ ମେଗା ରକ୍ତଦାନ ଶିବିର ଜିଲ୍ଲା ସାମ୍ବାଦିକ ଭବନଠାରେ ଆୟୋଜିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସଂଗଠନର କର୍ମଚାରୀମାନେ ରକ୍ତଦାନ କରିଥିଲେ । ପବିତ୍ର ଖୁଣ୍ଟିଆଙ୍କ ନେତ୍ୟତ୍ଵରେ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ବଲାଙ୍ଗିର ଶାଖାର ୪୦ରୁ ଅଧିକ କର୍ମଚାରୀ ରକ୍ତଦାନ କରିଥିଲେ । ଉଦ୍ଧବ କରନ, ସମ୍ବିତ ପଣ୍ଡା, ରମେଶ ସାହୁ, ରାମ କୁମାର ସା, ପ୍ରଶାନ୍ତ ଖଟୁଆ, ହରିହର ପଧାନ ଓ ପ୍ରିୟନାଥ ଦଣ୍ଡସେନା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଜିଲ୍ଲା ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ, ବବୁଲୁ ପଟେଲ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.