ବିରଳ ରକ୍ତଦାନ କଲେ ଯୁବକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଡାକ୍ତରଖାନାରେ ପ୍ରତିଦିନ ଆଖପାଖ ଅଞ୍ଚଳର ଶହ ଶହ ରୋଗୀ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି । ପରିସରରେ ଥିବା ଓଡିଶା ରକ୍ତ ଭଣ୍ଡାରରୁ ପ୍ରତିଦିନ ରୋଗୀମାନେ ରକ୍ତ ନେଇଥାନ୍ତି ।ରକ୍ତର ଚାହିଦାକୁ ପୂରଣ କରିବା ପାଇଁ ବର୍ଷସାରା ରକ୍ତଦାନ ଶିବିରର ଆୟୋଜନ କରିବା ସହିତ ରକ୍ତଦାତାମାନେ ସ୍ୱଇଚ୍ଛାରେ ରକ୍ତଦାନ କରିଆସୁଛନ୍ତି । ଆଜି ଉଡିଙ୍ଗ ଗ୍ରାମର ଜଗ ତାଣ୍ଡି ଜଣେ କିଡିନି ରୋଗୀଙ୍କୁ ଏବି ନେଗେଟିଭ ବିରଳ ରକ୍ତ ଦରକାର ପଡିଥିଲା । ଏହି ଖବର ଜାଣିବା ପରେ ସଂଗ୍ରାମ ତ୍ରିପାଠୀ ଓ ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ଥୁଡିବାହାଲ ଗ୍ରାମର ଝସକେତନ ବେହେରାଙ୍କୁ ଯୋଗାଯୋଗ କରିଥିଲେ । ଶ୍ରୀ ବେହେରା ତୁରନ୍ତ ରକ୍ତଭଣ୍ଡାରକୁ ଆସି ରକ୍ତଦାନ କରିଥିଲେ । ରୋଗୀଙ୍କ ୫ପଏଣ୍ଟ ରକ୍ତ ଥିଲା ତେଣୁ ତାଙ୍କୁ ରକ୍ତ ଦିଆଯିବା ପରେ ଟିକିଏ ସୁସ୍ଥ ଅନୁଭବ କରିଥିଲେ । ରକ୍ତ ଭଣ୍ଡାରର କର୍ମୀ ଗୁରୁବାରୁ ରଣା ରକ୍ତ ସଂଗ୍ରହ କରିଥିଲେ । କରୋନା ଭଳି ମହାମାରୀ ସମୟରେ ବିରଳ ରକ୍ତଦାନ କରିଥିବାରୁ ଶ୍ରୀ ବେହେରାଙ୍କୁ ଜନସାଧାରଣ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.