ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅମାମୁଣ୍ଡା ଗ୍ରାମର ସାବିତ୍ରୀ ଜାଲ (୬୨) କିଡିନି ରୋଗରେ ପିଡିତ ଥିବାରୁ ଗତ ୨୫ ତାରିଖରୁ ଭୀମ ଭୋଇ ମେଡିକାଲ ହସ୍‌ପିଟାଲ ବଲାଙ୍ଗିରରେ ଚିକିତ୍ସିତ ହେଉଥିଲେ । ତାଙ୍କ ଶରୀରରେ ରକ୍ତର ପରିମାଣ କମିବାକୁ ଲାଗିବା ଫଳରେ ସାବିତ୍ରୀ ଜାଲଙ୍କ ପୁତ୍ର ଦିଲିପ ଜାଲ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ରକ୍ତ ପାଇଁ ସହାୟତା ମାଗିଥିଲେ । ଖବର ପାଇବା ମାତ୍ରେ ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ପିପଲି ଗ୍ରାମର ସକ୍ରିୟ ଯୁବ ସଦସ୍ୟ ରିବ୍ୟା ପଧାନ ରକ୍ତଦାନ କରି ସାବିତ୍ରୀ ଜାଲର ଜୀବନ ବଞ୍ଚାଇଥିଲେ । ଯୁବ କୁଲୁତା ସମାଜର ସଦସ୍ୟ ରିବ୍ୟା ପଧାନଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ଶ୍ରୀମତୀ ଜାଲଙ୍କ ପରିବାରବର୍ଗ ତଥା ତାଙ୍କ ଗଉଡ ସମାଜର ସଦସ୍ୟଗଣ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.