oom

ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

jsmm

ନୂଆପଡା, (ନିରାକର ମେହେର) : ନୂଆପଡା ଜିଲ୍ଲା ଶିକ୍ଷା ବିଭାଗର ସହଯୋଗରେ ଆଜି ମହଗାଁ ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ସିନାପାଲି ବ୍ଲକ ତଥା ନୂଆପଡା ଜିଲ୍ଲାର ଶିକ୍ଷକ ମାନଙ୍କ ମଧ୍ୟରେ ରକ୍ତଦାନ କରିବାର ସୁଯୋଗ ପାଇଥିବାରୁ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ରକ୍ତଦାନ ଶିବିରର ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସେଠୀ ଓ ସମ୍ମାନିତ ଅତିଥି ଭାବରେ ସିନାପାଲି ଥାନା ଅଧିକାରୀ ଡମ୍ୱରୁଧର ପ୍ରଧାନ, ସିନାପାଲି ଅଗ୍ନୀଶମ ବିଭାଗ ଅଧିକାରୀ ସତ୍ୟବ୍ରତ ପ୍ରଧାନ ଏବଂ ସିନାପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତନ୍ୟ ହୋତା ଯୋଗ ଦେଇଥିଲେ । ଏହି ଶିବିରରେ ମୋଟ ୪୧ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ । ନୂଆପଡ଼ା ଜିଲ୍ଲା ବ୍ଲଡ ବ୍ୟାଙ୍କର ଅଧିକାରୀଙ୍କ ସୂଚନା ଅନୁସାରେ ବ୍ଲଡ଼ ବ୍ୟାଙ୍କରେ ‘ଓ’ ପଜିଟିଭ୍ ଗୃପର ରକ୍ତ ଅଧିକ ପରିମାଣରେ ମହଜୁଦ ହୋଇ ରହିଥିବାରୁ ‘ଓ’ ପଜିଟିଭ୍ ଗୃପର ପ୍ରାୟ ଚାଳିଶ ଜଣ ରକ୍ତଦାତା ରକ୍ତଦାନ କରିବା ପାଇଁ ରାଜି ହୋଇଥିଲେ ମଧ୍ୟ ତାଙ୍କର ରକ୍ତ ସଂଗ୍ରହ କରିବା ପାଇଁ ମନା କରାଯାଇଥିଲା । ଏହି ରକ୍ତଦାନ ଶିବିରର ଆୟୋଜନରେ ସିନାପାଲି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନରେ ଥିବା ସମସ୍ତ ଏବିଇଓ, ସିଆର୍‌ସିସିଙ୍କ ସମେତ ସିନାପାଲି ଅଂଚଳର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ସହଯୋଗ କରିଥିଲେ । ପ୍ରକାଶ ଥାଉକି ଏହି କାର୍ଯ୍ୟକ୍ରମରେ ସ୍କାଉଟ ଓ ରେଡକ୍ରସରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ଭୂମିକା ବହୁତ ଗୁରୁତ୍ୱ ପୂର୍ଣ୍ଣ ଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମଟି ମହଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ଯୋଶୀଙ୍କ ଦ୍ୱାରା ପରିଚାଳିତ ହୋଇ ସରକାରଙ୍କ କୋଭିଡ ନିୟମ ପାଳନ କରିବା ସହିତ ଶାନ୍ତିଶୃଙ୍ଖଳାରେ ସମାପ୍ତ ହୋଇ ଥିବାରୁ ଶ୍ରୀଯୁକ୍ତ ଯୋଶୀଙ୍କୁ ସମସ୍ତ ଅଧିକାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ କୃତଜ୍ଞତା ଜଣାଇଥିଲେ ।

jittmm
Leave A Reply

Your email address will not be published.