ରକ୍ତଦାନ ଶିବିର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଶିବିର ଉଦଘାଟନ କରିଥିଲେ । ଶ୍ରୀ ବରିହାଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ବେଳେ ଏହି ଶିବିରରେ ସର୍ବାଧିକ ୫୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏଥିରେ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର, ବି.ଜେ.ଡି ବ୍ଲକ୍ ସଭାପତି ରାଜେନ୍ଦ୍ର ରାଉତ, ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ, ଯୁବନେତା ଭୋଜରାଜସିଂ ବରିହା, ପ୍ରମୁଖ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.