ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବିଜୁ ମହିଳା ଜନତା ଦଳ ଓଡ଼ିଶା ମୋ ପରିବାର ତରଫରୁ ଭାଲେର ଗ୍ରାମପଞ୍ଚାୟତ ଅଧିନସ୍ଥ ଫଟକରା ଗ୍ରାମ ଠାରେ ଏକ ନିଆରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାିଛି । ଦୁର୍ଗେଶ୍ୱରୀ କ୍ଲବର ଯୁବ ଗୋଷ୍ଠୀ ମାନଙ୍କ ଦ୍ଵାରା ଓ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ମିଳିତ ସହଯୋଗରେ ୩୧ ୟୁନିଟ ରକ୍ତ ସଂଗ୍ରହ କରି ନିଆର ଉଦାହରଣ ସୃଷ୍ଟି କରିଛନ୍ତି ଫଟକରା ଗ୍ରାମର ମହିଳାମାନେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ଦମୟନ୍ତୀ ବାଗ ଯୋଗ ଦେଇଥିବା ବେଳେ ଲୋଇସିଂହା ବ୍ଳକ ସଭାନେତ୍ରୀ ଜୋଷ୍ଣ।ମୟୀ ନାଗ, ଭାଲେର ସରପଞ୍ଚ ତଥା ବିଜେଡି ସାଧାରଣ ସଂପାଦିକା ରେବତୀ ନାଏକ, ପୁଇଁନ୍ତଲା ବ୍ଳକ ମହିଳା ସଭାନେତ୍ରୀ ଗୀତାଞ୍ଜଳି ସେଠ, ଜିଲ୍ଲା ଉପସଭାପତି ସନ୍ତୋଷିନୀ ବେହେରା, ଗାୟତ୍ରୀ ଚନ୍ଦନ, ଆଠଗାଁ ସରପଞ୍ଚ ବବିତା ପୁଟେଲ, ଲୋଇସିଂହା ବ୍ଳକ ପର୍ଯ୍ୟବେକ୍ଷକ ବିମଲ ବେହେରା, ଗାଁ ଗଉନ୍ତିଆ ଭାଗରଥୀ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତ ଦାତା ମାନଙ୍କୁ ଉତ୍ସ।ହିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଜେଡି ଯୁବ ସଂଯୋଜକ ସରୋଜ କୁମାର ମହାକୁର ସଭା ପରିଚାଳନା କରିଥିଲେ ।
ଦ୍ୱିତୀୟ ପର୍ଯ୍ୟାୟରେ ଏହି ଶିବିରରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ଓଡିଶା ମୋ ପରିବାର ଶାଖାର ସମ୍ପାଦକ ମୀରା ପରିଡା ଓ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ର । ଜିଲ୍ଲା ରକ୍ତ ଭଣ୍ଡାରର ଡ. ଦୀପକ ରଂଜନ ସେନ୍, ନରେଶ ଚନ୍ଦ୍ର ମିଶ୍ର, ଶେଖ ଅବଦୁଲ ଅସରଫ, ଅକ୍ଷୟ ବାଗ ଓ ସୁଶୀଲ ସୁନା ରକ୍ତ ସଂଗ୍ରହ କରିଥିଲେ । ଯୁବ ବିଜୁ ଜନତା ଦଳ ପୁଇଁନ୍ତଲା ଶାଖାର ସଭ୍ୟ ଶେଷଦେବ ମେହେର, ପ୍ରେମରାଜ ପଧାନ, ଶ୍ରୀପତି ପଧାନ, ବିନୟ ଡାଙ୍ଗ, ଅରୁଣ ନାଏକ, ପ୍ରକାଶ ଦାଶ, ଅକୃର ମହାକୁର, ରିଙ୍କୁ ଦାଶ, ଗ୍ରାମର ଆଶା ଦିଦି ରୀତାଞ୍ଜଳୀ ପଟେଲ ଓ ଅଙ୍ଗନୱାଡି କର୍ମୀ ସୂର୍ଯ୍ୟକାନ୍ତି ପଟେଲ, ଦୁର୍ଗେଶ୍ୱରୀ କ୍ଲବର ଶଙ୍କର ଜାଲ, ନବୀନ ମଟାରି, ଅସୀତ ନାଏକ, ରିଙ୍କୁ ନାଏକ, ଶ୍ରୀକାନ୍ତ ନାଏକ, ମହେନ୍ଦ୍ର ବାଗ, ଦ୍ରୋଣ ପଟେଲ, ଶ୍ୟାମ ପଟେଲ, ନରହରି ବାଗ, ରାଜ ପଟେଲ, କିଶୋର ପଟେଲ, ଆକାଶ ପଟେଲ, ଗଜାନନ ବାଗ, ଶଶୀ ବାଗ, ଆଲୋକ ନାଏକ, ରାକେଶ ପଟେଲ, ମନୀଷ ପଟେଲ, ରଘୁନାଥ ମଟାରୀ, ନସୀବ ପଟେଲ, ସଦାନନ ପଟେଲ, ରଂଜନ ପଟେଲ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।