jayashree

ରକ୍ତଦାନ କରି ସାତଦିନିଆ ଶିଶୁର ଜୀବନ ବଞ୍ଚାଇଲେ ବ୍ଲଡ଼ ଡୋନର ଲାଇଭ ସେଭର୍‌ର ଯୁବ ସଦସ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରିଷିଡ଼ାର ଜଣେ ସାତଦିନିଆ ଶିଶୁ ଅସୁସ୍ଥତା କାରଣ ହେତୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଶିଶୁର ଶରୀରରେ ରକ୍ତର ପରିମାଣ କମ୍‌ ଥିବା ହେତୁ ଡାକ୍ତର ତୁରନ୍ତ ଓ ନେଗେଟିଭ୍‌ ରକ୍ତର ଆବଶ୍ୟକ ରହିଥିବା ନେଇ ପରିବାର ଲୋକଙ୍କୁ କହିଥିଲେ । ପରିବାର ଲୋକେ ବଲାଙ୍ଗିର ରକ୍ତ ଭଣ୍ଡାର ଠାରେ ରକ୍ତ ନପାଇବା ପରେ ବ୍ଲଡ଼ ଡୋନର ଲାଇଭ ସେଭର୍‌କୁ ରକ୍ତ ଯୋଗାଡ଼ ପାଇଁ ସହାୟତା ମାଗିଥିଲେ । ଖବର ପାଇବା ମାତ୍ରେ ବ୍ଲଡ଼ ଡୋନର ଲାଇଭ ସେଭର୍‌ର ଯୁବ ସଦସ୍ୟ ସମିତ କୁମାର ସାହୁ ବଲାଙ୍ଗିର ରକ୍ତ ଭଣ୍ଡାରକୁ ଆସି ରକ୍ତଦାନ କରି ସାତଦିନିଆ ଶିଶୁର ଜୀବନ ବଞ୍ଚାଇଥିଲେ । ଏଥିପାଇଁ ଶିଶୁର ପରିବାର ପକ୍ଷରୁ ରକ୍ତଦାତା ସମିତକୁ ଏବଂ ବ୍ଲଡ଼ ଡୋନର ଲାଇଭ ସେଭର୍‌କୁ ଧନ୍ୟବାଦ ଜଣାଇବା ସହ ପ୍ରଂଶସା କରାଯାଇଛି ।

Leave A Reply

Your email address will not be published.