jayashree

ରକ୍ତ ରଞ୍ଜିତ ହେଲା ମଦନପୁର ସାନଖଳା ସୁନାମୁଖୀ ପୀଠ

  • ବଳି ପଡିଲେ ଶତାଧିକ ପଶୁ ପକ୍ଷୀ
  • ଜାନୁଆରୀ ୪ ବୁଧବାର ଦିନ ହେବ ଅଲାତରାଠାରେ ସୁନାମୁଖୀ ଯାତ୍ରା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍ ଅନ୍ତର୍ଗତ ମଦନପୁର ସାନଖଳାଠାରେ ଆଜି ବୁଧବାର ଠାରେ ଆଜି ସୁନାମୁଖୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତେକ ବର୍ଷ ବଲାଙ୍ଗିର ଶୁଲିଆ ଯାତ୍ରାର ଆର ଦିନ ସୁନାମୁଖୀ ଯାତ୍ରା ହୋଇଥାଏ । ମାନସିକଧାରୀମାନେ ପୋଢ଼ ସମେତ ଶତାଧିକ ପଶୁ ଓ ପକ୍ଷୀ ବଳି ଦେଇଥିଲେ । ମଦନପୁର ସୁନାମୁଖୀ ପୀଠ ସାନଖଳା ରକ୍ତ ରଞ୍ଜିତ ହୋଇଯାଇଥିଲା । ପୂଜାରୀ ଉମାକାନ୍ତ ଭୋଇ ଓ ଦୁର୍ବା ଭୋଇ ପୁଜାର୍ଚନା ପରେ, ଦିହାରି ଯୁଗେଶ୍ୱର ବଣୁଆଁ, ଦୁର୍ବା ଭୋଇ, ଜଟ ପାତ୍ର, ମଧୁ ରଣା, ମକରିଆ ପାତ୍ର ଓ ସହଯୋଗୀ ଲୋଚନ ବାଗଙ୍କୁ କାଲିସୀ ଆସି ମାନସିକଧାରୀଙ୍କୁ ଝଡା ଫୁଙ୍କା କରିଥିଲେ । ଏହି ଯାତ୍ରାକୁ କଳାହାଣ୍ଡି, ବଲାଙ୍ଗିର, ବଉଦ, କନ୍ଧମାଳ ଜିଲ୍ଲା ରୁହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସିଥାନ୍ତି । ଏଥିରେ ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା, ପୂର୍ବତନ ସରପଞ୍ଚ ଜୟରାମ ମହାନନ୍ଦ, ଭୀମସେନ ଧଙ୍ଗଡ଼ା ମାଝି, ଯୁବ ଗୋଷ୍ଠୀ ସମେତ ମଦନପୁର କନ୍ଧପଡାବାସୀ ସାହାଯ୍ୟ ସହଯୋଗ କରିଥିଲେ । ପ୍ରକାଶ ଥାଉକି ଆସନ୍ତା ଜାନୁୟାରୀ ୪ ବୁଧବାର ଦିନ ହେବ ଅଲାତରା ଠାରେ ସୁନାମୁଖୀ ଯାତ୍ରା କରିବା ପାଇଁ ସୂଚନା ମିଳିଛି ।

Leave A Reply

Your email address will not be published.