ଜେଏସଏମ କଲେଜରେ ରକ୍ଷାବନ୍ଧନ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାକ୍ଷୀପୂର୍ଣ୍ଣିମାର ଏକ ହୃଦୟସ୍ପର୍ଶୀ ରକ୍ଷାବନ୍ଧନ ପର୍ବ ଉତ୍ସବରେ ବଲାଙ୍ଗିର ଜେଏସଏମ କଲେଜ ଅଫ୍ ଆର୍ଟ, ସାଇନ୍ସ ଏଣ୍ଡ କମର୍ସର ଛାତ୍ରୀ, ଶିକ୍ଷୟିତ୍ରୀମାନେ ବଲାଙ୍ଗିର ସ୍ଥିତ ୧୮୯ ବାଟାଲିୟନ, ସିଆରପିଏଫ୍ ପରିଷର ପରିଦର୍ଶନ କରି ଦେଶକୁ ସୁରକ୍ଷା ଦେଉଥିବା ସୈନିକମାନଙ୍କୁ ସମ୍ମାନିତ କରିଥିଲେ । ଭାଇଭଉଣୀ ମାନଙ୍କ ମଧ୍ୟରେ ସୁରକ୍ଷା ଓ ପ୍ରେମର ବନ୍ଧନକୁ ପ୍ରତୀକ କରି ରକ୍ଷାବନ୍ଧନର ପାରମ୍ପାରିକ ବନ୍ଧନରେ ଏହି ଉତ୍ସବକୁ ଚିହ୍ନିତ କରିଥିଲେ । ଆନନ୍ଦ ଏବଂ ଉତ୍ସାହର ସହିତ ଛାତ୍ରୀମାନେ ଏବଂ ଶିକ୍ଷୟତ୍ରୀମାନେ ସୈନିକମାନଙ୍କ ହାତରେ ରାକ୍ଷୀ ବାନ୍ଧି ଦେଶକୁ ସୁରକ୍ଷା ଦେଉଥିବା ସାହସୀ ପୁରୁଷମାନଙ୍କ ପ୍ରତି କୃତଜ୍ଞତା ଓ ସମ୍ମାନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ଶର୍ମା ତାଙ୍କର ଶୁଭେଚ୍ଛା ଜଣାଇବା ସହ ଦେଶର ସୁରକ୍ଷା ପ୍ରତି ଅଦମ୍ୟ ପ୍ରତିବଦ୍ଧତା ପାଇଁ ସୈନିକମାନଙ୍କୁ ଅଭିବାଦନ ଜଣାଇଥିଲେ । ଏହି ଅବସରରେ ସୈନିକମାନଙ୍କ ସହ ଅଫିସର ସବ୍ ଇନ୍ସପେକ୍ଟର ସମରଜିତ ସିଂ ଓ ସହକାରୀ ସବ୍ ଇନ୍ସପେକ୍ଟର ମିନ୍ କୁଲଦୀପ ଉପସ୍ଥିତ ରହି ଆନନ୍ଦିତ ପ୍ରକାଶ କରିଥିଲେ । ପୁଣି ସିଆରପିଏଫ୍ ତରଫରୁ ଛାତ୍ରୀମାନଙ୍କୁ ରକ୍ଷା ବନ୍ଧନର ଭେଟି ମଧ୍ୟ ପ୍ରଦାନ କରିଥିଲେ । ଉଭୟ ଛାତ୍ର ଏବଂ ସୈନିକମାନେ ଏହି ଉତ୍ସବରେ ଆତ୍ମୀୟତା ସହିତ ଅଂଶୀଦାର ହୋଇ ସମାଜ ଏବଂ ସଶସ୍ତ୍ର ବାହିନୀ ମଧ୍ୟରେ ଦୃଢ ବନ୍ଧନକୁ ପ୍ରମାଣିତ କରିଥିବାରୁ ଏହି ଉତ୍ସବ ଭାବନାରେ ପରିପୂର୍ଣ୍ଣ ହୋଇଥିଲା ।

Leave A Reply

Your email address will not be published.