ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ତରଫରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସମସ୍ତ ଭାଇ, ଭଉଣୀ ଓ ମାଆମାନଙ୍କୁ ସଭିଙ୍କୁ ପାରମ୍ପରୀକ ଭାବେ ରାକ୍ଷୀ ବାନ୍ଧିଲେ ଶାଖାର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଭଉଣୀ ବିଜୟଲକ୍ଷ୍ମୀ । ପବିତ୍ର ରକ୍ଷାବନ୍ଧନର ତାତ୍ପର୍ଯ୍ୟ ଓ ମହତ୍ତ୍ୱ ଉପରେ ବଡ଼ଭଉଣୀ ବିଶଦ ଭାବେ ଆଲୋକପାତ କରିଥିଲେ । ଛତ୍ରପୁର ବ୍ଳକ୍ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ବ୍ରହ୍ମାକୁମାରୀ ଭଉଣୀ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଏଭଳି ବହୁ ଅତିଥି ଏବଂ ଏହି ସମାରୋହରେ ଉପସ୍ଥିତ ସମସ୍ତଙ୍କୁ ଭଉଣୀ ରାକ୍ଷୀ ବାନ୍ଧିଥିଲେ । ଏହି ଦିବସ ଅବସରରେ ଏହାର ମହତ୍ତ୍ୱକୁ ପ୍ରତିପାଦନ କରିବା ପୂର୍ବକ ସଦରମହକୁମା ଛତ୍ରପୁରରେ ଅବସ୍ଥାପିତ ପ୍ରମୁଖ କାର୍ଯ୍ୟାଳୟକୁ ଯାଇ ପ୍ରମୁଖ ପଦାଧିକାରୀଙ୍କୁ ବ୍ରହ୍ମାକୁମାରୀ ଭଉଣୀ ରାକ୍ଷୀ ବାନ୍ଧିଥିଲେ । ଗଞ୍ଜାମ ଏସ.ପି. ବ୍ରିଜେଶ କୁମାର ରାଏ, ଛତ୍ରପୁର ଉପକାରାଗାର ଅଧିକାରିଣୀ ଶ୍ରୀମତୀ ଶୁଭସ୍ମିତା ବିଶ୍ୱାଳ, ଛତ୍ରପୁର ପୌରନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁ ପ୍ରମୁଖ ବହୁଅଧିକାରୀଙ୍କୁ ଭଉଣୀ ରାକ୍ଷୀ ବାନ୍ଧି ଏହି ବନ୍ଧନର ମହତ୍ତ୍ୱକୁ ବୁଝାଇ ସମାଜରେ ଅନେକ ସଚେତନା ଦେଇଛନ୍ତି ।

Leave A Reply

Your email address will not be published.