ଦେଓଗାଁ ସରସ୍ଵତୀ ଶିଶୁ ମନ୍ଦିରରେ ରକ୍ଷାବନ୍ଧନ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଦେଓଗାଁରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପରିଚାଳନା ସମିତିର ସଭାପତି ଡ଼. ଶିବବ୍ରତ ଦାସ ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ସହ ରକ୍ଷାବନ୍ଧନ ଉତ୍ସବର ମହତ୍ତ୍ଵ ପ୍ରଦାନ କରିଥିଲେ । ଆଜିର ସଭାକୁ କ୍ଷୀରାଦ୍ରି ସାହୁ ସଂଯୋଜନା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ସା ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ କୁନୁ ସାହୁ ରକ୍ଷା ବନ୍ଧନର ପରମ୍ପରାକୁ ସଭାରେ ଉପସ୍ଥାପନ କରିଥିଲେ । ଆଚାର୍ଯ୍ୟ ଲମ୍ବୋଦର ମନହିରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.