jayashree

ଛତ୍ରପୁରସ୍ଥିତ ବ୍ରହ୍ମାକୁମାରୀ ସଂସ୍ଥାନରେ ରକ୍ଷାବନ୍ଧନ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ରକ୍ଷାବନ୍ଧନ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ରକ୍ଷାବନ୍ଧନର ମହତ୍ତ୍ୱପୂର୍ଣ୍ଣ ପରମ୍ପରା, ଭାଇ ଭଉଣୀର ମମତା ସମ୍ପନ୍ନ ସମ୍ବନ୍ଧ ଉପରେ ଆଲୋକପାତ କରାଯାଇଛି । ଜଗତରେ ସଭିଏଁ ଭାଇ ଭଉଣୀଙ୍କ ମଧ୍ୟରେ ଶାନ୍ତି, ପ୍ରେମ ସ୍ନେହ, ମମତା ମଧ୍ୟରେ ଜାଗୃତିରେ ବାନ୍ଧି ହେଲେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେବ ବୋଲି ଶାଖା ସଞ୍ଚାଳିକା ରାଜ ଯୋଗିନୀ ବ୍ରହ୍ମା କୁମାରୀ ବିଜୟ ଲକ୍ଷ୍ମୀ ତାତ୍ତ୍ଵିକ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭାବେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା, ସମ୍ମାନୀତ ଅତିଥି ଭାବେ ଛତ୍ରପୁର ପୌର-ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଭାରତୀୟ ତଟ-ରକ୍ଷାବାହିନୀର ଆସିଷ୍ଟାଣ୍ଟ କମାନଡେଣ୍ଟ ଧନଞ୍ଜୟ ମିଶ୍ରା, ବ୍ରହ୍ମପୁରର ବିଶିଷ୍ଟ ସମାଜସେବୀ ଟି.ଗୋପୀ, କାଉନସିଲର ଏମ୍.ଅରୁନ୍ଧତୀ ରେଡ୍ଡୀ, ଏମ୍. ୱାଣି ସେନାପତି ପ୍ରମୁଖ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଆଧ୍ୟାତ୍ମିକ ଜ୍ଞାନଯଜ୍ଞ ପତ୍ରିକା ଉନ୍ମୋଚନ ହୋଇଛି । ରାଜେନ୍ଦ୍ର ପ୍ରସାଦ ଭାଇ ଆଧ୍ୟାତ୍ମିକ ଗୀତ ଆବୃତ୍ତି କରିଥିବା ବେଳେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ପଣ୍ଡା ନିଜସ୍ୱ କବିତା ଆବୃତ୍ତି କରି ମନ୍ତ୍ର- ମୁଗ୍ଧତା ଆଣି ଦେଇଥିଲେ । ବ୍ରହ୍ମାକୁମାରୀ ପିଙ୍କି ଭଉଣୀ ସଭା ସଂଯୋଜନା କରିଥିବା ବେଳେ ସୀମାଞ୍ଚଳ ଭାଇ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.