କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ଠାରେ ରକ୍ଷା ବନ୍ଧନ ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ଠାରେ ଆଜି ରକ୍ଷା ବନ୍ଧନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ ଯୋଗ ଦେଇ ବନ୍ଧନରୁ ରକ୍ଷା କରିବା ପାଇଁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ରାକ୍ଷୀ ହେଉଛି ପବିତ୍ରର ବନ୍ଧନ । ଭଗବାନଙ୍କ ଦୃଷ୍ଟିରେ ଆତ୍ମା ଏକ ହୋଇଥାଏ । ତେଣୁ ଉଭୟ ଝିଅ ଓ ପୁଅ ରାକ୍ଷୀ ବାନ୍ଧିବା ଦରକାର । ଖରାପରୁ ମୁକ୍ତି ପାଇଁ ରକ୍ଷାବଂଧନର ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ଛାତ୍ରୀ ମାନେ ରାକ୍ଷୀ ବାନ୍ଧି ଥିଲେ । ଏଥିର ବିଦ୍ୟାଳୟର ସମସ୍ତ ଛାତ୍ରୀ ଓ ବିଦ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.