ls

ଉଦ୍‌ଘାଟିତ ହେଲା ଏସ୍‌ଏଚ୍‌ଜି ମା’ମାନଙ୍କ ପାଇଁ ସ୍ୱତନ୍ତ୍ର ରାକ୍ଷୀ ଷ୍ଟଲ୍‌

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଉଦ୍‌ଘାଟିତ ହୋଇଯାଇଛି ଏସ୍‌ଏଚ୍‌ଜି ମା’ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ରାକ୍ଷୀ ଷ୍ଟଲ୍‌ । ଏହାକୁ ଉଦ୍‌ଘାଟନ କରିଛନ୍ତି ଡିଆଇସିଓ ଓର୍‌ମାସ୍‌ ଅର୍ଦ୍ଧେନ୍ଦୁ ପାଲ୍‌ । ବଲାଙ୍ଗିର ସହରର ଚିଲ୍‌ଡ୍ରେନ୍‌ ପାର୍କ ପାଖରେ ଏସ୍‌ଏଚ୍‌ଜି ମା’ମାନଙ୍କ ବ୍ୟବସାୟରେ ସହଯୋଗ ପାଇଁ ଏକ ସ୍ୱତନ୍ତ୍ର ରାକ୍ଷୀ ଷ୍ଟଲ୍‌ ଉଦ୍‌ଘାଟିତ ହୋଇଛି । ଏହି ଷ୍ଟଲ୍‌ରେ ଏସ୍‌ଏଚ୍‌ଜି ସଦସ୍ୟାମାନଙ୍କ ଦ୍ୱାରା ହାତ ତିଆରି ବିଭିନ୍ନ ପ୍ରକାରର ଆକର୍ଷଣୀୟ ରାକ୍ଷୀ ରହିଥିବା ବେଳେ ଏହା ଲୋକଙ୍କୁ ବେଶ୍‌ ଆକର୍ଷିତ କରିବ ବୋଲି ବିଶ୍ୱାସ କରାଯାଉଛି । ଏସ୍‌ଏଚ୍‌ଜି ମହିଳାମାନଙ୍କ ସଶକ୍ତିକରଣ ନିମନ୍ତେ ସରକାରଙ୍କ ପକ୍ଷରୁ ବିଶେଷ ଉଦ୍ୟମ ଜାରି ରହିଥିବା ବେଳେ ଆଜି ଏସ୍‌ଏଚ୍‌ଜି ମା’ ମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ରାକ୍ଷୀ ଷ୍ଟଲ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହାଦ୍ୱାରା ମହିଳାମାନେ ସ୍ୱାବଲମ୍ବୀ ହେବାକୁ ଆହୁରି ସୁଯୋଗ ପାଇପାରିବେ ବୋଲି ଡିଆଇସିଓ ଓର୍‌ମାସ୍‌ କହିଛନ୍ତି । ଆସନ୍ତା ୩୦ ତାରିଖ ଦିନ ରକ୍ଷା ବନ୍ଧନ ପଡ଼ୁଥିବା ବେଳେ ଆଜିଠାରୁ ସହରବାସୀ ହାତ ତିଆରି ଭେରାଇଟି ଭେରାଇଟି ସୁନ୍ଦର ରାକ୍ଷୀ ଏହି ଷ୍ଟଲ୍‌ରୁ ସୁଲଭ ମୂଲ୍ୟରେ ପାଇପାରିବେ ।

pc pk
Leave A Reply

Your email address will not be published.