ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ କଲେ ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

ଭବାନୀପାଟଣା : ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀ । ହାତରେ ଦାନ ବାକ୍ସ ନେଇ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗକୁ ବୁଲିବୁଲି ଅନାଥ ଓ ଦିବ୍ୟାଙ୍ଗ ପିଲାଙ୍କ ସହ ରାକ୍ଷୀ ପାଳନ ଉଦ୍ଦେଶ୍ୟରେ ସ୍ୱେଚ୍ଛାକୃତ ଅନୁଦାନ ମାଗିଥିଲେ । ଛାତ୍ରଛାତ୍ରୀମାନେ ଦେଇଥିବା ୩୪୪୦ ଟଙ୍କାକୁ ଉପଯୋଗ କରି ଭବାନୀପାଟଣା ରେଡକ୍ରସ ଅନ୍ଧ ଓ ବଧିର ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ସହ ରକ୍ଷାବନ୍ଧନ ଉତ୍ସବ ପାଳନ କରିଥିଲେ । ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣିମା ପାଳନର ଖୁସି ବାଣ୍ଟିବା ସହ ପିଲାଙ୍କୁ ଚକୋଲେଟ୍, ବିସ୍କୁଟ, ଜୁସ ଦେଇଥିଲେ । ସେହିପରି ବାଲଗୋପାଲ ସେବା ନିକେତନର ଅନାଥ ପିଲାଙ୍କ ପାଇଁ ଜଳପାନର ବ୍ୟବସ୍ଥା କରାଯାଇଥିଲା । ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଏହି ନିଆରା ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ର ନେତା ଚୈତନ୍ୟ ବାଗ, ପ୍ରତିଭା ଜାଲ, ସୁହାନୀ ନାଏକ, ଆର୍ଯ୍ୟ ନାୟକ, ଆକାଶ ପଟ୍ଟନାୟକ, ବିଭୁତି ମଲ୍ଲିକ, ମାନସ ସିନ୍ଦୂର, ପିନାକୀ ଆଚାର୍ଯ୍ୟ, ଆଦିତ୍ୟ ରାଉତ, ସୁରଜ ହରପାଲ ପ୍ରମୁଖ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.