ରାକ୍ଷୀ ବନ୍ଧନ ଉତ୍ସବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗର ପୁରପଲ୍ଲୀରେ ଆନନ୍ଦ, ଉଲ୍ଲାସ ଓ ଆଗ୍ରହ ସହ ଲୋକମାନେ ଗହ୍ମା ପୂର୍ଣ୍ଣିମା ଓ ରାକ୍ଷୀ ବନ୍ଧନ ଉତ୍ସବ ପାଳନ କରିଛନ୍ତି । କୋଭିଡ କଟକଣା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଗହ୍ମା ଡିଆଁ ଫିକା ପଡିଛି । ଘରେ ଘରେ ପିଠାପଣା ହେବା ସହ ପ୍ରଭୁ ବଳଭଦ୍ରଙ୍କ ପୂଜା ସହିତ ଗାଈଗୋରୁମାନଙ୍କୁ ଗାଧେଇ ସିନ୍ଦୁର, ଫୁଲ ଚନ୍ଦନ, ପଇତା, ରାକ୍ଷୀ ବାନ୍ଧି ପୂଜାର୍ଚ୍ଚନା କରି ପିଠା ଖାଇବାକୁ ଦିଅନ୍ତି । ସ୍ନେହର ଡୋରୀରେ ବନ୍ଧା ଯାଇଥିବା ସଂପର୍କକୁ ଅଧିକ ସୁଦୃଢ କରି ଭାଇ ହାତରେ ଭଉଣୀ ପବିତ୍ର ରାକ୍ଷୀ ବାନ୍ଧି ଭାଇର ଶୁଭମନାସି ଦୀର୍ଘଦିନ ଓ ସର୍ବ ସଫଳତା କାମନା କରିଥାଏ ।

Leave A Reply

Your email address will not be published.