oom

ପିଏନବି ତରଫରୁ ନିଷ୍ଠା ପରିବାରକୁ ଆମ୍ବୁଲାନ୍ସ ପ୍ରଦାନ : ରକ୍ତଦାନ ଶିବିରରୁ ୩୦ୟୁନିଟ ରକ୍ତ ସଂଗୃହୀତ

jsmm

ବରଗଡ : ବରଗଡ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଭଟଲି ଶାଖାରେ ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା । ଉଭୟକୁ ବରଗଡ ବିଧାୟକ ଅଶ୍ୱିନୀ ଷଡଙ୍ଗୀ ମୁଖ୍ୟ ଅତିଥି, ବିଶିଷ୍ଟ ଶିକ୍ଷାବିତ ଡି. ମୁରଲୀ କ୍ରିଷ୍ଣା, ପିଏନବିର ଭୁବନେଶ୍ୱର ଜୋନାଲ ମୁଖ୍ୟ କ୍ଷେତ୍ରବାସୀ ମିଶ୍ର, ସମ୍ବଲପୁର ସର୍କଲ ମୁଖ୍ୟ ଅଜିତ ମେହେର, ବରଗଡ଼ ଶାଖା ମୁଖ୍ୟ ଆର୍ଯ୍ୟଚରଣ ଦାଶ, ବରଗଡ଼ ବଜାର ଶାଖା ମୁଖ୍ୟ କ୍ଷୀରେଶ୍ୱର ସୁଇ, ଭଟଲି ଛକ ଶାଖା ମୁଖ୍ୟ ସୁଶୀଲ କୁମାର ବାରିକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଆମ୍ବୁଲାନ୍ସ ଓ ରକ୍ତ ଦାନ ଶିବିରର ଶୁଭାରମ୍ଭ କରିଥିଲେ । ଏହି ଶିବିରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅଧିକାରୀ ମାନେ ରକ୍ତଦାନ କରିଥିଲେ । ସର୍କଲ ମୁଖ୍ୟ ଅଜିତ ମେହେର, ଚିଫ ମ୍ୟାନେଜର ରୁପେଶ ସାହୁ, ମ୍ୟାନେଜର ରବି ନାରାୟଣ ଦାଶଙ୍କ ପ୍ରଚେଷ୍ଟାରେ ନିଷ୍ଠା ପରିବାରକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଥିଲା । ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଗ୍ରୀଷ୍ମ ପ୍ରବାହ ଯୋଗୁଁ ରକ୍ତ ଭଣ୍ଡାର ମାନଙ୍କରେ ରକ୍ତର ଅଭାବ ଥିବା ବେଳେ ଏଭଳି ଏକ ନିଆରା ପ୍ରୟାସ ପାଇଁ ବୁଦ୍ଧିଜୀବୀ ମାନେ ବ୍ୟାଙ୍କ କର୍ମଚାରୀମାନଙ୍କୁ ବେଶ ପ୍ରଶଂସା କରିଥଲେ । ରକ୍ତଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫରୁ ମଧ୍ୟ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନିଷ୍ଠା ପରିବାରକୁ ପ୍ରଦାନ କରାଯାଇଥିବା ଆମ୍ବୁଲାନ୍ସ ବିନା ଲାଭ କ୍ଷତିରେ ଚଳାଇବା ପାଇଁ ନିଷ୍ଠା ପରିବାରର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ଘୋଷଣା କରିବା ସହିତ ସମସ୍ତ ରକ୍ତ ଦାତା, ସହଯୋଗୀ, ଶୁଭେଚ୍ଛୁ ଏବଂ ବ୍ୟାଙ୍କର କର୍ମଚାରୀମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିଷ୍ଠା ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.